ବାହାନଗା ଟ୍ରେନ ଦୁର୍ଘଟଣା: ଦାବିଦାର ନ ମିଳିଲେ ମୃତଦେହଗୁଡିକର ସତ୍କାର କରାଯିବ

ଭୁବନେଶ୍ୱର – ବାହାନଗା ଟ୍ରେନ ଦୁର୍ଘଟଣାକୁ ଆଠ ଦିନ ବିତିଯାଇଥିଲେ ମଧ୍ୟ ବାକି ଥିବା ୮୧ଟି ମୃତଦେହ ହସ୍ତାନ୍ତର ହୋଇପାରୁନାହିଁ। ଏସବୁ ମୃତଦେହ ଭୁବନେଶ୍ବର ଏମ୍ସରେ ସଂରକ୍ଷଣ କରି ରଖାଯାଇଛି । ଯେଉଁ ମୃତଦେହର ଦାବିଦାର ନଆସିବେ, ସେବୁର ସତ୍କାର କରିଦିଆଯିବ ବୋଲି ଭୁବନେଶ୍ୱର ଏମ୍ସ ଅତିରିକ୍ତ ଅଧୀକ୍ଷକ ପ୍ରଭାସ ତ୍ରିପାଠୀ ସୂଚନା ଦେଇଛନ୍ତି ‌।
ସଂପୂର୍ଣ୍ଣ ବୈଜ୍ଞାନିକ ପଦ୍ଧତିରେ ମୃତଦେହଗୁଡିକ ସମ୍ମାନର ସହ ସତ୍କାର କରିଦିଆଯିବ । ଏମ୍ସରେ ଆଉ ୮୧ ମୃତଦେହ ଆଉ ଅଛି । ଏହବୁର ହସ୍ତାନ୍ତର ପାଇଁ ଡିଏନ୍‌ଏ ଟେଷ୍ଟ କରାଯାଉଛି ।
ଏଥିପାଇଁ ୭୦ ଲୋକଙ୍କଠାରୁ ରକ୍ତ ନମୁନା ନିଆଯାଇଛି । ମୃତଦେହ ପାଇଁ ଏକାଧିକ ଦାବିଦାର ଥିବାରୁ ଡିଏନ୍‌ଏ ମ୍ୟାଚିଂ ଡେରି ହେଉଛି ବୋଲି ତ୍ରିପାଠୀ କହିଛନ୍ତି।

Comments are closed.