ଇଣ୍ଟରକଣ୍ଟିନେଣ୍ଟାଲ ଫୁଟବଲ ଟୁର୍ଣ୍ଣାମେଣ୍ଟ : ଭାନୁଆଟୁକୁ ହରାଇଲା ଭାରତ

ଭୁବନେଶ୍ୱର – କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଇଣ୍ଟରକଣ୍ଟିନେଣ୍ଟାଲ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଭାରତ ଲଗାତର ଦ୍ୱିତୀୟ ବିଜୟ ହାସଲ କରିଛି । ଆଜି ଭାରତ , ଭାନୁଆଟୁକୁ ୧-୦ ଗୋଲରେ ପରାସ୍ତ କରିଛି। ଭାନୁଆଟୁ ଅପେକ୍ଷାକୃତ ଦୁର୍ବଳ ଦଳ ହୋଇଥିଲେ ମଧ୍ୟ ଘରୋଇ ଦଳକୁ କଡ଼ା ଟକ୍କର ଦେଇଥିଲା । ପ୍ରଥମାର୍ଦ୍ଧ ଗୋଲ୍ ଶୂନ୍ୟ ରହିଥିଲା । ଦ୍ୱିତୀୟାର୍ଦ୍ଧରେ ଅଧିନାୟକ ସୁନୀଲ ଛେତ୍ରୀ ଏକମାତ୍ର ଗୋଲ୍ ସ୍କୋର କରି ଭାରତକୁ ବିଜୟୀ କରିଥିଲେ । ପୂର୍ବରୁ ଭାରତ ନିଜର ପ୍ରଥମ ମ୍ୟାଚରେ ମଙ୍ଗୋଲିଆକୁ ୨-୦ ଗୋଲରେ ହରାଇଥିଲା।

ଆଜି ଲେବାନନ ଓ ମଙ୍ଗୋଲିଆ ମଧ୍ୟରେ ଖେଳାଯାଇଥିବା ପ୍ରଥମ ମ୍ୟାଚ ଗୋଲଶୂନ୍ୟ ଭାବେ ଶେଷ ହୋଇଥିଲା ।

Comments are closed.