ଦିନଟିଏ ଡେରିରେ ଖୋଲିବ ତିନିଟି ପଶ୍ଚିମ ଓଡ଼ିଶା ଜିଲ୍ଲାର ସ୍କୁଲ, ୨୨ରୁ ୨୪ ଯାଏଁ ସକାଳୁଆ ସ୍କୁଲ

ଭୁବନେଶ୍ୱର – ଖରାଛୁଟି ଶେଷ ହେବା ପରେ ଆସନ୍ତାକାଲିଠାରୁ ରାଜ୍ୟରେ ପୁଣି ସ୍କୁଲ ଖୋଲୁଥିଲେ ମଧ୍ୟ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ୨୨ ତାରିଖରେ ସ୍କୁଲ ଖୋଲିବ । ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଝାରସୁଗୁଡା, ସମ୍ବଲପୁର ଓ ବଲାଙ୍ଗିର ଜିଲ୍ଲା ପ୍ରଶାସନ ଗୋଟିଏ ଦିନ ଡେରିରେ ସ୍କୁଲ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହାଛଡା ଏସବୁ ଜିଲ୍ଲାରେ ୨୨ରୁ ୨୪ ତାରିଖ ଯାଏଁ ସକାଳୁଆ ସ୍କୁଲ ହେବ ।

ରାଜ୍ୟର ତାପମାତ୍ରା ସ୍ଥାନ ଅନୁଯାୟୀ ଅଲଗା ଅଲଗା ରହୁଛି । ପଶ୍ଚିମ ଓଡିଶାରେ ଅଧିକ ତାପମାତ୍ରା ରହୁଥିବା ବେଳେ ଉପକୂଳରେ କମ୍ ରହୁଛି। ଏପରି ସ୍ଥିତିରେ ରାଜ୍ୟରେ ଖରାଛୁଟି ପରେ ସ୍କୁଲ ୨୧ ତାରିଖରେ ଖୋଲିବା ପାଇଁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ଦେଖି ସ୍କୁଲ ଛୁଟି କିମ୍ବା ସକାଳୁଆ କରିବା ନିଷ୍ପତ୍ତି ୭ଟି ଜିଲ୍ଲାର ଜିଲ୍ଲାପାଳଙ୍କ ଉପରେ ଛାଡ଼ିଦେଇ ଥିଲେ ରାଜ୍ୟ ସରକାର।

Comments are closed.