ଦିଗପହଣ୍ଡି ଦୁର୍ଘଟଣା: ଓଏସଆରଟିସି ବସ୍ ଡ୍ରାଇଭର ଗିରଫ

ବ୍ରହ୍ମପୁର – ଦିଗପହଣ୍ଡି ବସ୍ ଦୁର୍ଘଟଣା ପରେ ଓଏସଆରଟିସି ବସ୍ ଡ୍ରାଇଭରକୁ ଗିରଫ କରାଯାଇଛି । କନ୍ୟାଯାତ୍ରୀ ମିନିବସକୁ ଧକ୍କା ଦେଇଥିବା ଓଏସଆରଟିସି ବସର ଡ୍ରାଇଭର ମାନସ ପ୍ରଧାନକୁ ଗିରଫ କରାଯାଇଛି। ଗତକାଲି ତାକୁ ଭୁବନେଶ୍ୱର ଖଣ୍ଡଗିରି ଓଏସଆରଟିସି ବସ୍ ଡିପୋରୁ ଉଠାଇ ନେଇଥିଲା ପୋଲିସ । ତାକୁ ଅଟକ ରଖି ପଚରାଉଚରା କଲା ପରେ ଗିରଫ କରିଛି ଦିଗପହଣ୍ଡି ପୋଲିସ। ଦିଗପହଣ୍ଡି ବସ୍ ଦୁର୍ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି ।

Comments are closed.