୨୪ ଘଣ୍ଟାରେ ବିନିକାରେ ସର୍ବାଧିକ ବର୍ଷା ରେକର୍ଡ

ଭୁବନେଶ୍ୱର – ରାଜ୍ୟରେ ଗତ ୨୪ ଘଣ୍ଟାରେ ବ୍ୟାପକ ବର୍ଷା ହୋଇଛି। ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶାରେ ଅଧିକ ବର୍ଷା ହୋଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ସୋନପୁର ଜିଲ୍ଲା ବିନିକାରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ଏଠାରେ ୧୬୫ ଦଶମିକ ୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସମ୍ବଲପୁର ଜିଲ୍ଲାର ଧାନକଉଡାରେ ୧୫୫ ମିଲିମିଟର ବର୍ଷା ହୋଇଥିବା ବେଳେ ଜୁଜୁମରାରେ ୧୩୬, ବରଗଡ଼ ସହରରେ ୧୨୮ ଦଶମିକ ୪ ଓ ସମ୍ବଲପୁର ସହରରେ ୧୨୭ ଦଶମିକ ୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟାରେ କେଉଁଠି କେତେ ବର୍ଷା ହୋଇଛି, ତାହାର ତାଲିକା ନିମ୍ନରେ ଦିଆଗଲା।

Comments are closed.