“ଭୂମି ସମ୍ମାନ” ପୁରସ୍କାରରେ ସମ୍ମାନିତ ହେଲା ବରଗଡ଼ ଜିଲ୍ଲା

ବରଗଡ଼: ଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ପରିସରରେ ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ତରଫରୁ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ବରଗଡ଼ ଜିଲ୍ଲାକୁ “ଭୂମି ସମ୍ମାନ” ପୁରସ୍କାର ପ୍ରଦାନ କରାଯାଇଛି । ବରଗଡ଼ ଜିଲ୍ଲାକୁ ଜମି ରେକର୍ଡର କମ୍ପ୍ୟୁଟରୀକରଣ (ଡିଜିଟାଲ ଇଣ୍ଡିଆ ଲେଣ୍ଡ ରେକର୍ଡ ମୋଡ଼ିନାଇଁଜେସନ ପ୍ରୋଗ୍ରାମ) ତଥା ଅଭିନବ ସଂସ୍କାର ଆଣିବା କ୍ଷେତ୍ରରେ ଶ୍ରେଷ୍ଠ ପାରଦର୍ଶିତା ପାଇଁ ଭୂମି ସମ୍ମାନରେ ସମ୍ମାନିତ କରି ପ୍ଲାଟିନମ ପ୍ରମାଣପତ୍ର ପ୍ରଦାନ କରିଥିଲେ । ଏହି ସମାରୋହରେ ବରଗଡ଼ ଜିଲ୍ଲାପାଳ ମୋନିଷା ବାନାର୍ଜୀଙ୍କ ନିର୍ଦେଶ କ୍ରମେ ବରଗଡ଼ ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।

Comments are closed.