ବର୍ଷା ବିତ୍ପାତ: ଗତ ୨୪ ଘଣ୍ଟାରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ସର୍ବାଧିକ ବର୍ଷା ରେକର୍ଡ

ଭୁବନେଶ୍ୱର – ରାଜ୍ୟର କିଛି ଜିଲ୍ଲାରେ ଜାରି ରହିଛି ବର୍ଷା ପ୍ରକୋପ । ପାଣିପାଗ ବିଭାଗର ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ମାଲକାନଗିରି ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଛି । ଜିଲ୍ଲାର ଚିତ୍ରକୋଣ୍ଡାରେ ସର୍ବାଧିକ ୧୯୯ ମିମି ବର୍ଷା ରେକର୍ଡ କରାଯାଇଛି। କୁରୁକୁଣ୍ଡାରେ ୧୮୫ ମିଲିମିଟର ବର୍ଷା ରେକର୍ଡ ହୋଇଛି ।

ଚିତ୍ରକୋଣ୍ଡାରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇଛି । ଗୋରା ସେତୁ, ପଣସପୁଟ, ଅଣ୍ଡରାପାଲି, ଯନ୍ତ୍ରୀ ପଞ୍ଚାୟତ ଜଳମଗ୍ନ ହେବା ସହ ରାସ୍ତାରେ ୩ରୁ ୪ ଫୁଟର ପାଣି ପ୍ରବାହିତ ହେଉଛି । ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

Comments are closed.