ଖୋର୍ଦ୍ଧାରେ ଖୋଲିଲା ରାଜ୍ୟର ପ୍ରଥମ ଗାଡ଼ି ସ୍କ୍ରାପିଂ ୟାର୍ଡ

ଖୋର୍ଦ୍ଧା – ରାଜ୍ୟର ପ୍ରଥମ ଗାଡ଼ି ସ୍କ୍ରାପିଂ ୟାର୍ଡ ଉଦଘାଟିତ ହୋଇଛି । ଖୋର୍ଦ୍ଧା ମୁକୁନ୍ଦପ୍ରସାଦ ବାଇପାସଠାରେ ଏହି ଗାଡ଼ି ସ୍କ୍ରାପିଂ ୟାର୍ଡ ଖୋଲିଛି । ଟାଟା ମୋଟର୍ସ ଓ ଏମ୍ପ୍ରିଓ ପ୍ରିମିୟମ ପକ୍ଷରୁ ଓଡ଼ିଶାର ପ୍ରଥମ ଓ ଦେଶରେ ଟାଟା ମୋଟର୍ସର ଦ୍ବିତୀୟ ପଞ୍ଜୀକୃତ ଯାନ ସ୍କ୍ରାପିଂ ୟାର୍ଡରେ ବର୍ଷକୁ ୧୦ହଜାର ପୁରୁଣା ଯାତ୍ରୀବାହୀ ଓ ବାଣିଜ୍ୟିକ ପରିବହନ ଯାନର ସ୍କ୍ରାପିଂ ହୋଇ ପାରିବ । ରିସାଇକଲ୍‌ ୱିଥ୍‌ ରେସପେକ୍ଟ- (ରି-ୱି-ରି ) ୟାର୍ଡକୁ ରାଜ୍ୟ ବାଣିଜ୍ୟ, ପରିବହନ ଓ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ଉଦଘାଟନ କରିଛନ୍ତି।

Comments are closed.