କଳାହାଣ୍ଡିରେ ମାଓବାଦୀଙ୍କ ଆଇଇଡି ବିସ୍ଫୋରଣ 

ଭବାନୀପାଟଣା : ମାଓ ପୋଷ୍ଟର ଲଗାଇ ନିଜ ଉପସ୍ଥିତି ଜାହିର କରିବାର ମାତ୍ର ଦିନକ ପରେ ଆଜି ଲାଲବାହିନୀ କଳାହାଣ୍ଡି ଜିଲ୍ଲା ମୁଖ୍ୟାଳୟ ଠାରୁ ମାତ୍ର 7 କିମି ଦୂରରେ ଆଇଇଡି ବିସ୍ଫୋରଣ ଘଟାଇଛନ୍ତି। ତେବେ, ଏଥିରେ କେହି ମୃତାହତ ହୋଇନଥିବା ଜଣାପଡିଛି।

ଦିନ ପୂର୍ବରୁ ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ଯୁଗସାଇପାଟଣାରେ ଲାଲବାହିନୀ ପୋଷ୍ଟର ଲଗାଇ ପୁଲିସକୁ ଚ୍ୟାଲେଞ୍ଜ ଦେଇଥିଲେ। ପୁଲିସ ଇନଫର୍ମରକୁ ପ୍ରଜାକୋର୍ଟରେ ହତ୍ୟା କରାଯିବ ବୋଲି ଧମକ ଦେଇଥିଲେ। ଆଉ ଏହାର ଦିନକ ପରେ ଆଜି ମଧ୍ୟାହ୍ନରେ ସେହି ଯୁଗସାଇପାଟଣା ଜଙ୍ଗଲରେ ପୁଲିସର ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ମାଓବାଦୀ ଆଇଡି ବିସ୍ଫୋରଣ ଘଟାଇଛନ୍ତି। ତେବେ, ଏଥିରେ କେହି ମୃତାହତ ହୋଇନଥିବା ବେଳେ ବିସ୍ଫୋରଣ କରି ମାଓବାଦୀ ଛତ୍ରଭଙ୍ଗ ଦେଇଥିବା ନେଇ ଏସପି ସୂଚନା ଦେଇଛନ୍ତି। ଅପରପକ୍ଷେ, ଏହି ଘଟଣା ପରେ ଏସଓଜି, ଡିଭିଏଫ ଏବଂ ଜିଲ୍ଲା ପୁଲିସ ପକ୍ଷରୁ ମିଳିତ ଭାବେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଥିବା ସୂଚନା ଦିଆଯାଇଛି।

Comments are closed.