ତୋଷଖାନା ମାମଲାରେ ଇମ୍ରାନ ଖାନଙ୍କୁ ତିନି ବର୍ଷ ଜେଲ୍ ଦଣ୍ଡାଦେଶ

ଇସଲାମାବାଦ – ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି । ଇସଲାମାବାଦର ଏକ ଡିଷ୍ଟ୍ରିକ୍ଟ କୋର୍ଟ ତୋଷଖାନା ମାମଲାରେ ଇମ୍ରାନ ଖାନଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଜେଲ ସହ ୧ ଲକ୍ଷ ଟଙ୍କାର ଜରିମାନା ମଧ୍ୟ ତାଙ୍କ ବିରୋଧରେ ଲଗାଇଛନ୍ତି କୋର୍ଟ । ଦଣ୍ଡାଦେଶ ପରେ ୫ ବର୍ଷ ଯାଏ ନିର୍ବାଚନ ଲଢିପାରିବେ ନାହିଁ ଇମ୍ରାନ ଖାନ । ରାୟ ପ୍ରକାଶ ପରେ ଇସଲାମାବାଦ ପୋଲିସ ତାଙ୍କ ବିରୋଧରେ ଗିରଫଦାରୀ ୱାରେଣ୍ଟ ଜାରି କରିଛି ।

Comments are closed.