ତୋଷାଖାନା ମାମଲାରେ ଇମ୍ରାନ ଖାନ ଗିରଫ

ଇସଲାମାବାଦ – ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି । ଏହା ପରେ ଇମ୍ରାନ ଖାନଙ୍କୁ ଗିରଫ କରାଯାଇଛି। ଇସଲାମାବାଦର ଏକ ଡିଷ୍ଟ୍ରିକ୍ଟ କୋର୍ଟ ତୋଷଖାନା ମାମଲାରେ ଇମ୍ରାନ ଖାନଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ। ଜେଲ ସହ ୧ ଲକ୍ଷ ଟଙ୍କାର ଜରିମାନା ମଧ୍ୟ ତାଙ୍କ ବିରୋଧରେ ଲଗାଇଥିଲେ କୋର୍ଟ । ଦଣ୍ଡାଦେଶ ଓ ଗିରଫଦାରୀ ପରେ ୫ ବର୍ଷ ଯାଏ ନିର୍ବାଚନ ଲଢିପାରିବେ ନାହିଁ ଇମ୍ରାନ ଖାନ । ରାୟ ପ୍ରକାଶ ପରେ ଇସଲାମାବାଦ ପୋଲିସ ତାଙ୍କ ବିରୋଧରେ ଗିରଫଦାରୀ ୱାରେଣ୍ଟ ଜାରି କରିଥିଲା । ପରେ ତାଙ୍କୁ ଗିରଫ କରାଯାଇଛି।

Comments are closed.