ଭିଜିଲାନ୍ସ ଜାଲରେ ଆଉ ଜଣେ ଲାଞ୍ଚୁଆ ଯନ୍ତ୍ରୀ 

ଅନୁଗୋଳ – ଭିଜିଲାନ୍ସ ଜାଲରେ ପଡ଼ିଲେ ଲାଞ୍ଚୁଆ ଯନ୍ତ୍ରୀ। ଅନୁଗୋଳ ଉଠା ଜଳସେଚନ ବିଭାଗର ଉପ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶରତ ପ୍ରଧାନ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ । ଦୁଇଟି ପ୍ରକଳ୍ପର ଇଲେକ୍ଟ୍ରିକାଲ ଏଷ୍ଟିମେଟ ଦେବା ପାଇଁ ଠିକାଦାର ଶ୍ରୀକାନ୍ତ ଦେହୁରୀଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଯନ୍ତ୍ରୀଙ୍କୁ ଧରିଥିଲା ଭିଜିଲାନ୍ସ ଟିମ୍ ।

ଅନୁଗୋଳ ଜିଲ୍ଲା ଖଲାରୀ ଗାଁର ଠିକାଦାର ଶ୍ରୀକାନ୍ତ ଦେହୁରୀଙ୍କୁ ଯନ୍ତ୍ରୀ ଜଣକ ୫୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ଶ୍ରୀକାନ୍ତ ଅନୁଗୋଳ ଭିଜିଲାନ୍ସ ବିଭାଗରେ ଫେରାଦ ହୋଇଥିଲେ । ପୂର୍ବ ଯୋଜନା ଅନୁଯାୟୀ ଆଜି ଶ୍ରୀକାନ୍ତଙ୍କ ଠାରୁ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ଯନ୍ତ୍ରୀ ଶରତ ପ୍ରଧାନଙ୍କୁ ମାଡିବସିଥିଲା ଭିଜିଲାନ୍ସ ଟିମ୍ ।

Comments are closed.