ନକ୍ସଲଙ୍କ ଟାର୍ଗେଟରେ ଥିଲା ଟ୍ରେନ ? ସୁନ୍ଦରଗଡ଼ ଟୋପାଡି ରେଳ ଷ୍ଟେସନ ନିକଟରୁ ୧୦ କେଜି ଲ୍ୟାଣ୍ଡମାଇନ ଉଦ୍ଧାର

ସୁନ୍ଦରଗଡ଼ -ସୁନ୍ଦରଗଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ସୁନ୍ଦରଗଡ ଟୋପାଡି ରେଳ ଷ୍ଟେସନ ନିକଟରୁ ୧୦ କେଜି ବିଶିଷ୍ଟ ଲ୍ୟାଣ୍ଡମାଇନ ଉଦ୍ଧାର ହୋଇଛି। ବୋମା ନିଷ୍କ୍ରିୟକାରୀ ଟିମ୍ ଏହି ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କରିଛନ୍ତି। ନକ୍ସଲମାନେ ଏହି ଶକ୍ତିଶାଳୀ ଲ୍ୟାଣ୍ଡମାଇନ ବିଛାଇ ଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି । କୌଣସି ଟ୍ରେନକୁ ଟାର୍ଗେଟ କରି ନକ୍ସଲମାନେ ଲ୍ୟାଣ୍ଡମାଇନ ରଖିଥିଲେ ବୋଲି ସନ୍ଦେହ କରାଯାଉଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଜୋରଦାର ଅପରେସନ ଆରମ୍ଭ ହୋଇଛି।

Comments are closed.