ଫିଡେ ବିଶ୍ୱକପ୍ ଚେସ ଫାଇନାଲରେ ଭାରତର ପ୍ରଜ୍ଞାନନ୍ଦା, ମୁଖ୍ୟମନ୍ତ୍ରୀ ଜଣାଇଲେ ଅଭିନନ୍ଦନ 

ଭୁବନେଶ୍ୱର – ଫିଡେ ବିଶ୍ୱକପ୍ ଚେସ ଟୁର୍ଣ୍ଣାମେଣ୍ଟରେ ଭାରତର ଯୁବ ତାରକା ପ୍ରଜ୍ଞାନନ୍ଦା ଫାଇନାଲରେ ପ୍ରବେଶ କରି ଇତିହାସ ରଚିଛନ୍ତି। ୨୧ ବର୍ଷ ପରେ ଜଣେ ଭାରତୀୟ ବିଶ୍ୱ ଚେସ ଫାଇନାଲରେ ପ୍ରବେଶ କରିଛନ୍ତି। ଭାରତୀୟ ଯୁବ ତାରକା ପ୍ରଜ୍ଞାନନ୍ଦା ସେମିଫାଇନାଲରେ ବିଶ୍ୱର ତିନି ନମ୍ବର ଚେସ ଖେଳାଳି ଫାବିଆନୋ କାରୁଆନାଙ୍କୁ ମାତ୍ ଦେଇଛନ୍ତି। ଫାଇନାଲରେ ପ୍ରଜ୍ଞାନନ୍ଦା ବର୍ତ୍ତମାନର ଚାମ୍ପିଅନ ମାଗ୍ନମ କାର୍ଲସନଙ୍କୁ ଭେଟିବେ । ବିଶ୍ୱ ଚେସ ଫାଇନାଲରେ ପ୍ରବେଶ କରିଥିବାରୁ ପ୍ରଜ୍ଞାନନ୍ଦାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଫାଇନାଲ ‌ମ୍ୟାଚ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।

Comments are closed.