ନୂଆଁଖାଇ ପାଇଁ ଧାର୍ଯ୍ଯ ହେଲା ଲଗ୍ନ: ବିଚ୍ଛା ଲଗ୍ନରେ ନବାନ୍ନ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ ପାଇଁ ଆଜି ଲଗ୍ନ ନିରୁପଣ କରାଯାଇଛି। ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଅନୁଷ୍ଠିତ ପଣ୍ଡିତ ମହାସଭା ଏହି ଲଗ୍ନ ଧାର୍ଯ୍ଯ କରିଛି। ତୁଳା ନବାଂଶ ବିଚ୍ଛା ଲଗ୍ନରେ ଆସନ୍ତା ଭାଦ୍ରବ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ୨୦ ତାରିଖ ସକାଳ ୧୦ଟା ୨୭ ମିନିଟରୁ ୧୦ଟା ୪୨ ମଧ୍ଯରେ ଆରାଧ୍ଯ ଦେବୀ ସମଲେଶ୍ବରୀଙ୍କ ନିକଟରେ ନବାନ୍ନ ଲାଗି ହେବ। ଏହାପରେ ନିଜ ନିଜ ଇଷ୍ଟ ଦେବାଦେବୀଙ୍କୁ ଅର୍ପଣ ପରେ ପଶ୍ଚିମ ଓଡ଼ିଶାବାସୀ ନବାନ୍ନ ଭକ୍ଷଣ କରିବେ ବୋଲି ସ୍ଥିର ହୋଇଛି।

ଆଜି ପବିତ୍ର ନନ୍ଦୋତ୍ସବ ଅବସରରେ ଝାଡୁଆପଡ଼ାର ବ୍ରହ୍ମପୁରା ମନ୍ଦିରରେ ପଣ୍ଡିତ ମହାସଭାର ସ୍ବତନ୍ତ୍ର ବୈଠକ ବସିଥିଲା। ବିଷ୍ଣୁ ସହସ୍ରନାମ ପାଠ ପୂର୍ବକ ମା’ ସମଲେଇଙ୍କ ରାଶି ଓ ନକ୍ଷତ୍ର ଅନୁସାରେ ଶୁଭ ଲଗ୍ନ ନିର୍ଘଣ୍ଟ କରାଯାଇଥିଲା। ଏଥିରେ ଅନେକ ଆଲୋଚନା ପର୍ଯ୍ୟାଲୋଚନା ପରେ ଲଗ୍ନ ନିରୁପଣ କରାଯାଇଛି। ଏଥିରେ ପଣ୍ଡିତ ମହାସଭାର ବହୁ ପଣ୍ଡିତଙ୍କ ସମେତ ବ୍ରହ୍ମପୁରା ଟ୍ରଷ୍ଟ ବୋର୍ଡ ସଦସ୍ଯ ସାମିଲ ହୋଇଥିଲେ।

Comments are closed.