ଆନ୍ତର୍ଜାତିକ ସାକ୍ଷରତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର – ଆଜି ହେଉଛି ଆନ୍ତର୍ଜାତିକ ସାକ୍ଷରତା ଦିବସ । ଏହି ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଶିକ୍ଷା ଲୋକଙ୍କୁ କ୍ଷମତାସମ୍ପନ୍ନ କରାଏ । ଦ୍ରୁତ ପରିବର୍ତ୍ତନଶୀଳ ଦୁନିଆରେ ଜୀବନଧାରଣ ପାଇଁ ଆବଶ୍ୟକ ଜ୍ଞାନ ଓ କୌଶଳ ଶିକ୍ଷା ଦ୍ବାରା ହିଁ ସମ୍ଭବ ହୋଇଥାଏ । ଆନ୍ତର୍ଜାତିକ ଶିକ୍ଷା ଦିବସରେ ସମସ୍ତଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ନିଶ୍ଚିତ କରିବା ସହ ଏକ କ୍ଷମତାସମ୍ପନ୍ନ ସମାଜ ପାଇଁ ଜୀବନବ୍ୟାପୀ ଶିକ୍ଷାର ପ୍ରସାର ପାଇଁ ତାଙ୍କ ସରକାର ପୁନଃ ପ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି।

Comments are closed.