ଲଘୁଚାପ ଜନିତ ଲଗାଣ ବର୍ଷା : ବଲାଙ୍ଗୀରେ ସର୍ବାଧିକ ୨୧୫ ମିମି ବୃଷ୍ଟିପାତ , ଆଜି ସ୍କୁଲ ଛୁଟି

ଭୁବନେଶ୍ୱର – ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି। ବିଭିନ୍ନ ଜିଲ୍ଲାରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ବଲାଙ୍ଗିରରେ ସର୍ବାଧିକ ୨୧୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। କଳାହାଣ୍ଡି ଜିଲ୍ଲାର ଏମ୍‌. ରାମପୁରରେ ୧୯୩ ମିମି, ଥୁ.ରାମପୁରରେ ୧୫୮ ମିମି,କଣ୍ଟାମାଳରେ ୧୫୮ ଓ କେନ୍ଦ୍ରାପଡ଼ାରେ ୧୩୨.୪ ମିମି ବର୍ଷା ରେକର୍ଡ କରାଯାଇଛି।ଝାରସୁଗୁଡ଼ାରେ ୭୬.୮ ଓ ଭୁବନେଶ୍ବରରେ ୫୫ ମିମି ବର୍ଷା ହୋଇଛି। ଏଣେ ପ୍ରବଳ ବର୍ଷା ଯୋଗୁଁ ଆଜି ବଲାଙ୍ଗିରରେ ସବୁ ସ୍କୁଲ ଛୁଟି ଘୋଷଣା କରାଯାଇଛି। ସରକାରୀ, ବେସରକାରୀ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ରହିବ ବୋଲି ବଲାଙ୍ଗିର ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

Comments are closed.