ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ପୁଣି ନୀତି ବିଭ୍ରାଟ!

ଭୁବନେଶ୍ୱର – ଶ୍ରୀମନ୍ଦିରରେ ପୁଣି ଶ୍ରୀଜିଉଙ୍କ ନୀତିରେ ବିଭ୍ରାଟ। ମଙ୍ଗଳ ଆଳତୀ ପରେ ଅନ୍ୟ ନୀତିକାନ୍ତିରେ ବାଧା ଉପୁଜିଛି । ଶ୍ରୀମନ୍ଦିରରେ ସେବା ନିବୃତ୍ତ ସିଂହାରୀ ସେବାୟତଙ୍କୁ ନେଇ ବିବାଦ ସୃଷ୍ଟି ହୋଇଥିବାରୁ ମହାପ୍ରଭୁଙ୍କ ସ୍ୱାଭାବିକ ନୀତିରେ ବ୍ୟାଘାତ ସୃଷ୍ଟି ହୋଇଛି । ସେବା ନିବୃତ ସତ୍ତ୍ୱେ ଶ୍ରୀମନ୍ଦିରରେ ସେବା କାର୍ଯ୍ୟରେ ସିଂହାରୀ ସେବାୟତ ନିୟୋଜିତ ହୋଇଥିବାରୁ ଅନ୍ୟ ସେବାୟତମାନେ ଏହାର ବିରୋଧ କରିଛନ୍ତି ।

ବିବାଦର ସମାଧାନ ପାଇଁ ନୀତି ପ୍ରଶାସକଙ୍କ ଉଦ୍ୟମ ଜାରି ରହିଛି । ବିବାଦ ତୁଟାଇବାକୁ ଶ୍ରୀମନ୍ଦିରରେ ନୀତି ପ୍ରଶାସକ ମଧ୍ୟ ଉପସ୍ଥିତ ଅଛନ୍ତି । ବିଭିନ୍ନ ନିଯୋଗଙ୍କ ସହ ନୀତି ପ୍ରଶାସକଙ୍କ ଆଲୋଚନା ଜାରି ରହିଛି ।

Comments are closed.