ଲୁଗା ଦୋକାନ ବିଲ୍ଡିଂରେ ନଥିଲା ଫାୟର ସେଫଟି ବ୍ୟବସ୍ଥା, ମାଲିକଙ୍କୁ କାରଣ ଦର୍ଶାଅ ନୋଟିସ

କଟକ – କଟକ ଚୌଧୁରୀ ବଜାର ସ୍ଥିତ ଥିବା ଏକ ଲୁଗା ଦୋକାନରେ ଭୟାବହ ଅଗ୍ନିକାଣ୍ଡର କାରଣ ଖୋଜା ଆରମ୍ଭ ହୋଇଛି। ଗତକାଲିର ଅଗ୍ନିକାଣ୍ଡର ତଦନ୍ତ ଆରମ୍ଭ ହୋଇଛି। ଅଗ୍ନିଶମ ବିଭାଗର ଡେପୁଟି ଫାୟର ଅଫିସରଙ୍କ ନେତୃତ୍ୱରେ ଆରମ୍ଭ ହୋଇଛି ତଦନ୍ତ । ଦୋକାନ ଓ ଘର ମାଲିକଙ୍କଠାରୁ ବିଭିନ୍ନ ତଥ୍ୟ ସଂଗ୍ରହ କରୁଛି ଟିମ୍ । ଲୁଗା ଦୋକାନ ବିଲ୍ଡିଂରେ ଫାୟାର ସେଫ୍ଟଟି ବ୍ୟବସ୍ଥା ନଥିବା ତଦନ୍ତରୁ ଜଣାପଡିଛି । ଏଥିପାଇଁ ଘର ମାଲିକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଗତକାଲି ସକାଳେ ଚୌଧୁରୀ ବଜାରରେ ଥିବା ଏକ ଲୁଗା ଦୋକାନରେ ନିଆଁ ଲାଗିଯିବାରୁ ଲୁଗା, ଶାଢ଼ି ଜଳି ପାଉଁଶ ହୋଇଯାଇଥିଲା । ନିଆଁ ଆୟତ୍ତ ପାଇଁ ଅଗ୍ନିଶମ ସେବା ବାହିନୀକୁ ଦୀର୍ଘ ଚାରି ଘଣ୍ଟାରୁ ଅଧିକ ସମୟ ଲାଗି ଯାଇଥିଲା ।

Comments are closed.