ଓଏସଏପି କମାଣ୍ଡାଣ୍ଟଙ୍କଠାରୁ ମିଳିଲା ପୁଳା ପୁଳା ଟଙ୍କା

ଭୁବନେଶ୍ୱର – ଭିଜିଲାନ୍ସ ଜାଲରେ ଓଡ଼ିଶା ରାଜ୍ୟ ସଶସ୍ତ୍ର ପୋଲିସ -ଓଏସଏପିର ଢେଙ୍କାନାଳ ଫାଷ୍ଟ ବାଟାଲିୟନର କମାଣ୍ଡାଣ୍ଟ ସୁନୀଲ କୁମାର ବେହେରା। ସେ ଲାଞ୍ଚ ଟଙ୍କା ଧରି ସେ ଢେଙ୍କାନାଳରୁ କଟକ ସ୍ଥିତ ନିଜ ଘରକୁ ଯାଉଥିବା ନେଇ ସୂଚନା ପାଇଥିଲା ଭିଜିଲାନ୍ସ। ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ୍ ତାଙ୍କୁ କଟକର ମଧୁସୂଦନ ସେତୁ ନିକଟରେ ଧରିଥିଲା। ତାଙ୍କଠାରୁ ୧ ଲକ୍ଷ ୩୧ ହଜାର ୫୩୫ ଟଙ୍କା ଜବତ କରାଯାଇଛି। ଏତେ ଟଙ୍କା ସେ କେଉଁଠାରୁ ଆଣିଲେ ଓ କେଉଁଆଡେ ନେଉଥିଲେ, ସେ ସଂପର୍କରେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ ସୁନୀଲ ।ଭିଜିଲାନ୍ସ ଟିମ୍ ତାଙ୍କର କଟକ ସ୍ଥିତ ଘରେ ଚଢ଼ାଉ କରିଛି। ସେଠାରୁ ନଗଦ ୮ ଲକ୍ଷ ୭୦ ହଜାର ଟଙ୍କା ମିଳିଛି । ମୋଟ ୧୦ ଲକ୍ଷ ୧ ହଜାର ୫୩୫ ଟଙ୍କା ତାଙ୍କ ଠାରୁ ଜବତ କରାଯାଇଛି। ଭିଜିଲାନ୍ସର ଚଢ଼ାଉ ଜାରି ରଖିଛି। ସୁନୀଲଙ୍କ ଢେଙ୍କାନାଳ ସହର ସ୍ଥିତ ସରକାରୀ ବାସଭବନ ସମେତ କଟକ, ପୁରୀ ଓ ଭୁବନେଶ୍ୱରର ମୋଟ ୫ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ। ଭିଜିଲାନ୍ସର ୫ଟି ଟିମ୍ ଏହି ଚଢ଼ାଉ କରିଛି।

Comments are closed.