ଏହି ଭାରତରେ ରହିଛି ଏକ ରହସ୍ୟମୟ ମନ୍ଦିର: ନୀଳ ପଡିଯାଏ କ୍ଷୀରର ରଙ୍ଗ

ଆମ ଦେଶ ଭାରତରେ ମନ୍ଦିରର ଅଭାବ ନାହିଁ । ଏଠାରେ ଏପରି ଅନେକ ମନ୍ଦିର ଅଛି, ଯାହାର ରହସ୍ୟ ସାଧାରଣ ଲୋକଙ୍କୁ ତ ଛାଡ ବୈଜ୍ଞାନିକ ମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରେ।ତେବେ କେରଳରେ ଏପରି ଏକ ମନ୍ଦିର ଅଛି,ଯେଉଁଠାରେ କ୍ଷୀର ଢାଳିବା ପରେ ଏହାର ରଙ୍ଗ ନୀଳ ହୋଇଯାଏ ।

କେରଳର କିଜାପେରୁମପଲ୍ଲମ ଗାଁରେ ରହିଛି ନାଗନାଥସ୍ୱାମୀ ମନ୍ଦିର । ଏହି ସ୍ଥାନ କେତୁ ସ୍ଥଳ ଭାବେ ମଧ୍ୟ ଜଣାଶୁଣା । କାବେରୀ ନଦୀ କୂଳରେ ନିର୍ମିତ ମନ୍ଦିରରେ କେତୁଗ୍ରହ ପୂଜା ପାଉଛନ୍ତି । ଏହି ମନ୍ଦିରର ମୁଖ୍ୟ ଦେବତା ହେଉଛନ୍ତି ଶିବ। ମହାଦେବ ଙ୍କୁ ଏଠାରେ ନାଗନାଥ କୁହାଯାଏ । ଏହି ମନ୍ଦିରରେ ଅନେକ ରହସ୍ୟ ଅଛି, ଯାହାକୁ ସାଧାରଣ ଲୋକ ତ ଛାଡ ବୈଜ୍ଞାନିକମାନେ ମଧ୍ୟ ଜାଣି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ।ଲୋକମାନେ ବହୁ ଦୂରଦୁରନ୍ତରୁ ଆସି ଏହି ମନ୍ଦିରରେ ରାହୁ–କେତୁ ଉପରେ କ୍ଷୀର ଅର୍ପଣ କରନ୍ତି । ସବୁଠାରୁ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଯେ ଯେଉଁମାନେ କେତୁ ଗ୍ରହର ତ୍ରୁଟିରେ ପୀଡିତ ସେମାନଙ୍କ କ୍ଷୀରର ରଙ୍ଗ ବଦଳିଯାଏ ବୋଲି କୁହାଯାଏ।କ୍ଷୀରର ରଙ୍ଗ ଧଳାରୁ ନୀଳ ପଡିଯାଏ । ତେବେ ଏଠାରେ କ୍ଷୀର ଢାଳିଲେ ରାହୁ ଓ କେତୁ ଶାନ୍ତି ହୋଇଥାନ୍ତି ବୋଲି ସ୍ଥାନୀୟ ଲୋକ ବିଶ୍ୱାସ କରନ୍ତି ।

ଏହି ମନ୍ଦିରଟି ବହୁ ପୁରାତନ ଅଟେ। ମନ୍ଦିରର ନିର୍ମାଣ ଶୈଳୀ ମଧ୍ୟ ବେଶ୍ ଆକର୍ଷଣୀୟ।ପୌରାଣିକ କଥା ଅନୁଯାୟୀ ରାହୁ ଗୋଟେ ବହୁତ ବଳସାଳି ରାକ୍ଷାସ ଅଟେ।ରାହୁକୁ କୁଟନୀତି, ରାଜନୀତି, ଭ୍ରମ, ସତ୍ତା ପଦର ଗ୍ରହ ମଧ୍ୟ କୁହାଯାଏ। ସେହିଭଳି କେତୁଙ୍କୁ ମୋକ୍ଷକାରକ ଓ ରହସ୍ୟମୟୀ ଗୁପ୍ତବିଦ୍ୟା ପ୍ରଦାୟଗ୍ରହ କୁହାଯାଏ। କୁଣ୍ଡଳୀରେ ରାହୁ କେତୁଙ୍କ ପାଇଁ କାଳସର୍ପ ଦୋଷ ମଧ୍ୟ ଲାଗିଥାଏ ।

Comments are closed.