୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଆଜି ହେବ ତାରିଖ ଘୋଷଣା

ନୂଆଦିଲ୍ଲୀ- ଲୋକସଭା ନିର୍ବାଚନ ପୂର୍ବରୁ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହେବ । ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରି ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ । ଛତିଶଗଡ଼, ମଧ୍ୟ ପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା ଓ ମିଜୋରାମ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ । ଲୋକସଭା ନିର୍ବାଚନ ପୂର୍ବରୁ ଏସବୁ ରାଜ୍ୟର ନିର୍ବାଚନ ବିଜେପି ଓ ବିରୋଧୀ ଦଳ ପାଇଁ ସେମିଫାଇନାଲରେ ସଦୃଶ ବୋଲି କୁହାଯାଉଛି । ବିଶେଷକରି ଛତିଶଗଡ଼, ମଧ୍ୟ ପ୍ରଦେଶ ଓ ରାଜସ୍ଥାନ ଭଳି ରାଜ୍ୟର ବିଧାନସଭା ନିର୍ବାଚନ ଉପରେ ସମସ୍ତଙ୍କର ନଜର ରହିଛି। ଗତ ନିର୍ବାଚନରେ ବିଜେପି ଏସବୁ ରାଜ୍ୟରେ ପରାସ୍ତ ହୋଇଥିଲା। ମଧ୍ୟ ପ୍ରଦେଶରେ କଂଗ୍ରେସ କନ୍ଦଳରୁ ଫାଇଦା ଉଠାଇ ବିଜେପି କ୍ଷମତାକୁ ଫେରିଥିଲା ।

Comments are closed.