ବ୍ରହ୍ମପୁରରେ ଶିଶୁ ସୁରକ୍ଷା କମିଟି ସଦସ୍ୟାଙ୍କୁ ହତ୍ୟା, ଚୋରି ପାଇଁ ଡ୍ରାଇଭର ହତ୍ୟା କରିଥିବା ସନ୍ଦେହ

ବ୍ରହ୍ମପୁର – ବ୍ରହ୍ମପୁର ଗୋଷାଣୀ ନୂଆଗାଁରେ ଜଣେ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ବ୍ରହ୍ମପୁର ଗୋଷାଣୀ ନୂଆଗାଁ ଥାନା ନୀଳକଣ୍ଠ ନଗରରେ ଏହି ହତ୍ୟାକାଣ୍ଡ ଘଟିଛି । ଗତକାଲି ବିଳମ୍ବିତ ରାତିରେ କିଛି ଦୁବୃର୍ତ୍ତ ମହିଳାଙ୍କୁ ହତ୍ୟା କରିଛନ୍ତି । ମୃତ ମହିଳା ଜଣଙ୍କ ହେଲେ ଶିଶୁ ସୁରକ୍ଷା କମିଟିର ସଦସ୍ୟ ସୌଦାମିନୀ ରଥ । ସୌଦାମିନୀ ଗତକାଲି ଘରେ ମୋବାଇଲରେ କଥା ହେଉଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିଲା । ସୌଦାମିନୀଙ୍କୁ ତାଙ୍କ ଡ୍ରାଇଭର ହତ୍ୟା କରି ଥାଇପାରେ ବୋଲି ସନ୍ଦେହ କରାଯାଉଛି। ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ। ବ୍ରହ୍ମପୁର ଏସପି ସର୍ବଣା ବିବେକ ଏମ୍ .କହିଛନ୍ତି ଯେ, ଭୁବନେଶ୍ବର ଯାଇ ଦିନକ ତଳେ ବ୍ରହ୍ମପୁର ଫେରିଥିଲେ ସୌଦାମିନୀ। ଚୋରି ଉଦ୍ଦେଶ୍ୟରେ ତାଙ୍କ ଘରେ ପଶିଥିଲା ଡ୍ରାଇଭର । ଗତରାତିରେ ଡ୍ରାଇଭରକୁ ଦେଖିଦେବାରୁ ସୌଦାମିନୀଙ୍କୁ ସେ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

Comments are closed.