ବିପୁଳ ପରିମାଣର କଫସିରପ୍ ଜବତ, ଦୁଇ ଗିରଫ

ବରଗଡ , ୧୫।୧୦, ବରଗଡ଼ରେ ପୁଣି ଜବତ ହେଲା କଫ ସିରଫ । ବରଗଡ଼ ରେଲୱେ ଷ୍ଟେସନ ରୋଡ କୃଷକ ବଜାର ନିକଟରେ ଏକ ଅଟୋରୁ ପୋଲିସ ଜବତ କରିଛି ୨୧୬୦ ବୋତଲ କଫ ସିରଫ । ଏହି ଘଟଣାରେ ବରଗଡ ଟାଉନ ଥାନା ପୋଲିସ ଦୁଇ ଅଭିଯୁକ୍ତକୁ ଗିରଫ କରିଛି । ଗିର ଅଭିଯୁକ୍ତ ହେଲେ ବରଗଡ଼ ଟାଉନ ଥାନା ଅନ୍ତର୍ଗତ ୱାର୍ଡ ନଂ ୧୯ ରେଲୱେ ଷ୍ଟେସନ ପଡାର ଗଣେଶ ନାଗ ଓ ସମ୍ଭୁ ଲୁହା ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବରଗଡ଼ ଅତିରିକ୍ତ ଏସପି ଟି.କେ.ମହାନ୍ତି ।

ଶନିବାର ଅପରାହ୍ନ ସମୟରେ ବରଗଡ ରେଲୱେ ଷ୍ଟେସନ ପଟରୁ ଏକ ଅଟୋରେ କଫ ସିରପ ଗୁରୁଦ୍ବାରା ଛକ ପଟକୁ ଆସୁଥିବା ଖବର ପାଇ କୃଷକ ବଜାର ସମ୍ମୁଖରେ ପୋଲିସ ଅଟୋକୁ ଯାଞ୍ଚ କରିଥିଲା । ୨୧୬୦ ବୋତଲ କଫ ସିରଫ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଥିଲା । ଅଟୋରୁ କଫ ସିରଫ ସହ ପ୍ଲାଷ୍ଟିକ ଜାରରେ ଚାରି ଲିଟର ଡ୍ରଗ୍ଧ , ଦୁଇ ଷ୍ଟ୍ରିପ ନାଇଟ୍ରସେନ -୧୦ ଔଷଧ , ୧୫ଟି ପ୍ଲାଷ୍ଟିକ ଗ୍ଲାସ , ଗୋଟିଏ ମୋବାଇଲ ଫୋନ ଜବତ କରିଛି । ପୋଲିସ ଅଟୋ ( ନଂ ଓଡି୧୭ ଜେ୭୭୮୮ ) କୁ ଜବତ କରି ଏହି ଘଟଣାର ତଦନ୍ତ ଜାରି ରଖିଥିବା ବରଗଡ ଅତିରିକ୍ତ ଏସପି ଟିକେ ମହାନ୍ତି ସୂଚନା ଦେଇଛନ୍ତି ।

Comments are closed.