ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ଓ କେନ୍ଦ୍ର ମନ୍ତ୍ରୀ ଏମ୍. ଏସ ଗିଲଙ୍କ ଦେହାନ୍ତ

ନୂଆଦିଲ୍ଲୀ – ଭାରତର ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ଡକ୍ଟର ଏମ. ଏସ. ଗିଲ୍‌ଙ୍କ ପରଲୋକ ହୋଇଯାଇଛି । ୮୬ ବର୍ଷ ବୟସରେ ଆଖି ବୁଜିଛନ୍ତି ଗିଲ୍ । ଦୀର୍ଘ ଦିନ ହେବ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ ଏମ୍. ଏସ ଗିଲ୍ । ଦିଲ୍ଲୀର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି ।

ଏମ. ଏସ୍‌ ଗିଲ ୧୯୯୬ରୁ ୨୦୦୧ ମସିହା ଜୁନ ୧୩ ତାରିଖ ପର୍ଯ୍ୟନ୍ତ ମୁଖ୍ୟ ନିର୍ବାଚନ କମିଶନର ଥିଲେ । ୧୯୯୮ ଓ ୧୯୯୯ ମସିହା ଲୋକସଭା ନିର୍ବାଚନ ପରିଚାଳନା କରିଥିଲେ ଏମ. ଏସ ଗିଲ୍ । ସିଭିଲ ସର୍ଭିସ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗିଲଙ୍କୁ ୨୦୦୦ ମସିହାରେ ପଦ୍ମ ବିଭୂଷଣରେ ସମ୍ମାନିତ କରାଯାଇଥିଲା। ଗିଲ୍‌ କଂଗ୍ରେସରୁ ରାଜ୍ୟସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ସେ ମନମୋହନ ସିଂଙ୍କ ସରକାରରେ କ୍ରୀଡା ମନ୍ତ୍ରୀ ହୋଇଥିଲେ।

Comments are closed.