ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହେଲା ବାତ୍ୟା ‘ହାମୁନ’ , ରାଜ୍ୟର କିଛି ଉପକୂଳ ଜିଲ୍ଲାରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା 

ନୂଆଦିଲ୍ଲୀ – ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ହାମୁନ୍’ ଏକ ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ‌ହୋଇଥିବା ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଥମେ ଅବପାତ ଓ ପରେ ସାମୁଦ୍ରିକ ଝଡ଼ରେ ରୂପାନ୍ତରିତ ହୋଇ ଉତ୍ତର-ପୂର୍ବ ଦିଗକୁ ଗତି କରି ଆସନ୍ତା ୬ ଘଣ୍ଟା ମଧ୍ୟରେ ଅତି ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହେବ । ଆଜି ସକାଳେ ‘ହାମୁନ୍’ ପାରାଦ୍ବୀପଠାରୁ ପୂର୍ବ-ଦକ୍ଷିଣପୂର୍ବ ଦିଗରେ ୨୩୦ କିଲୋମିଟର ଓ ପଶ୍ଚିମବଙ୍ଗର ଦୀଘାଠାରୁ ୨୪୦ କିଲୋମିଟର ଦୂର ଦେଇ ବାଂଲାଦେଶର ଖେପୁପୁରା ଉପକୂଳକୁ ଗତି କରୁଛି। ଏହା ବାଂଲାଦେଶ ଉପକୂଳ‌ର ଖେପୁପୁରା ଓ ଚିଟ୍ଟାଗଙ୍ଗ ଦେଇ ଏହା ୨୫ ତାରିଖ ମଧ୍ୟାହ୍ନରେ ଏକ ସାମୁଦ୍ରିକ ଝଡ଼ ଭାବେ ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରାଯାଇଛି।

ହାମୁନ୍ ବାତ୍ୟା ପ୍ରଭାବରେ ଆଜି ଉପକୂଳ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ୨୫ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଆଦି ଉପକୂଳ ଜିଲ୍ଲାର ଅନେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।

Comments are closed.