ମହିଳା ଏସିଆନ ଚାମ୍ପିଅନସ ଟ୍ରଫି : ସେମିରେ କୋରିଆକୁ ହରାଇ ଫାଇନାଲରେ ଭାରତ, ଜାପାନ ସହ ଟାଇଟଲ ମୁକାବିଲା

ରାଞ୍ଚି – ମହିଳା ଏସିଆନ ଚାମ୍ପିଅନସ ଟ୍ରଫି ହକିର ଫାଇନାଲରେ ପ୍ରବେଶ କରିଛି ଭାରତ। ଆଜି ଖେଳାଯାଇଥିବା ସେମିଫାଇନାଲରେ ଭାରତ, ଦକ୍ଷିଣ କୋରିଆକୁ ୨-୦ ଗୋଲରେ ପରାସ୍ତ କରିଛି । ଭାରତ ପକ୍ଷରୁ ୨ଟି ଯାକ ଗୋଲ୍ ମ୍ୟାଚର ପ୍ରଥମାର୍ଦ୍ଧରେ ହିଁ ହୋଇଥିଲା । ଏକାଦଶ ମିନିଟରେ ସଲିମା ଟେଟେ ଭାରତ ପକ୍ଷରୁ ପ୍ରଥମ ଗୋଲ୍ ସ୍କୋର କରିଥିଲେ। ୧୯ତମ ମିନିଟରେ ବୈଷ୍ଣବୀ ଭି. ଫାଲକେ ଦ୍ୱିତୀୟ ଗୋଲ୍ ଦେଇଥିଲେ।

ଭାରତ ଲିଗ୍ ମ୍ୟାଚରେ ଦକ୍ଷିଣ କୋରିଆକୁ ୫-୦ ଗୋଲରେ ହରାଇଥିଲା। ଫାଇନାଲରେ ଭାରତ, ଜାପାନକୁ ଭେଟିବ । ଜାପାନ, ସେମିଫାଇନାଲରେ ଚୀନକୁ ୨-୧ ଗୋଲରେ ପରାସ୍ତ କରିଛି। ଭାରତ ଚଳିତ ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହି ସେମିଫାଇନାଲରେ ପ୍ରବେଶ କରିଥିଲା ।

Comments are closed.