ଓଡ଼ିଆ ବିଏସଏଫ ଯବାନ ପ୍ରକାଶଙ୍କ ସହିଦ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ

ଭୁବନେଶ୍ୱର – ଛତିଶଗଡ଼ରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ସୀମା ସୁରକ୍ଷା ବାହିନୀରେ କାର୍ଯ୍ୟରତ ଓଡ଼ିଆ ଯବାନ ପ୍ରକାଶ ଚନ୍ଦ୍ର ଶିଅଳ ସହିଦ ହୋଇଥିବାରୁ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦେଶ ସେବା ପାଇଁ ପ୍ରକାଶଙ୍କ ତ୍ୟାଗ ଓ ବଳିଦାନ ସର୍ବଦା ସ୍ମରଣୀୟ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।

Comments are closed.