ଉନ୍ନତ ସ୍ୱାସ୍ଥ୍ୟସେବା ପାଇଁ ଆଜି ସାମିଲ କରାଯିବ ୩୪୯ ନୂଆ ଆମ୍ବୁଲାନ୍ସ, ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର – ରାଜ୍ୟରେ ଲୋକଙ୍କୁ ଉନ୍ନତ ସ୍ବାସ୍ଥ୍ୟ ସେବା ପାଇଁ ସର୍ବଦା ପ୍ରଚେଷ୍ଟାରତ ଅଛନ୍ତି ରାଜ୍ୟ ସରକାର। ଏ କ୍ରମରେ ଆଜି ଲୋକଙ୍କ ସ୍ୱାସ୍ଥ୍ୟ ସେବାରେ ଉପଲବ୍ଧ ହେବ ୩୪୯ଟି ନୂଆ ୧୦୮ ଆମ୍ବୁଲାନ୍ସ।

ଲୋକଙ୍କ ଆବଶ୍ୟକତାକୁ ଦେଖି ନୂଆ ଆମ୍ବୁଲାନ୍ସ ସାମିଲ କରିବାକୁ ଯାଉଛନ୍ତି ରାଜ୍ୟ ସରକାର।

ଆଜି ରାଜ୍ୟର ବିଭିନ୍ନ ଅଞ୍ଚଳରେ ମୋଟ ୩୪୯ ନୂଆ ଆମ୍ବୁଲାନ୍ସ ସାମିଲ ହେବ। ପୂର୍ବରୁ ଥିବା ଆମ୍ବୁଲାନ୍ସ ସହ ନୂଆ ଆମ୍ବୁଲାନ୍ସ ସବୁ ସାମିଲ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ଆମ୍ବୁଲାନ୍ସଗୁଡିକୁ ଆଜି ଲୋକାର୍ପଣ କରିବେ । କିଛି ଦିନ ପୂର୍ବରୁ ଏହି ଆମ୍ବୁଲାନ୍ସଗୁଡିକର ଡ୍ରାଏ ରନ୍ କରାଯାଇଥିଲା।

Comments are closed.