ବିଧାନସଭା ଅଧିବେଶନ: ବିରୋଧୀଙ୍କୁ ଜବାବ ଦେବା ପାଇଁ ବିଜେଡି ପ୍ରସ୍ତୁତ, ବିଧାୟକ ଦଳ ବୈଠକକୁ ସମ୍ବୋଧନ କଲେ ନବୀନ

ଭୁବନେଶ୍ୱର – ବିଧାନସଭାର ଶୀତକାଳୀନ ଅଧିବେଶନ ଆଜି ଆରମ୍ଭ ହୋଇଥିଲେ ମଧ୍ୟ ପ୍ରଥମ ଦିନରେ ଗୃହକାର୍ଯ୍ୟ ମୁଲତବୀ ରହିଛି । ଦିବଂଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆଗତ ଶୋକ ପ୍ରସ୍ତାବ ଗୃହୀତ ହେଲା ପରେ ଗୃହକାର୍ଯ୍ୟ ଆସନ୍ତାକାଲି ଦିନ ୧୦ଟା ୩୦ ମିନିଟ୍ ଯାଏଁ ମୁଲତବୀ ରହିଥିଲା ।

ବିଧାନସଭା ଅଧିବେଶନ ପାଇଁ ବିଭିନ୍ନ ଦଳ ସେମାନଙ୍କୁ ରଣନୀତି ପ୍ରସ୍ତୁତ କରିଛନ୍ତି। ଆଜି ଅଧିବେଶନ ଆରମ୍ଭ ପୂର୍ବରୁ ରଣନୀତି ପ୍ରସ୍ତୁତ ପାଇଁ ବିଜେଡି ବିଧାୟକ ଦଳର ବୈଠକ ବସିଥିଲା । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକରେ ଅଧ୍ୟକ୍ଷତା କରିଥିଲେ । ବିଧାନସଭା ଅଧିବେଶନରେ ଦଳ ଉଠାଇବାକୁ ଥିବା ପ୍ରସଙ୍ଗ ଉପରେ ବୈଠକରେ ଆଲୋଚନା ହୋଇଥିଲା ।

Comments are closed.