ବୁର୍ଲାରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଭିସୁଟ ସମାବର୍ତ୍ତନ ସମାରୋହରେ ଯୋଗ ଦେବେ

ସମ୍ବଲପୁର: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଳ୍ପ ସମୟ ପୂର୍ବରୁ ବୁର୍ଲାର ଏମସିଏଲ ହେଲିପ୍ୟାଡରେ ଅବତରଣ କରିଛନ୍ତି। ଏମସିଏଲ ଅତିଥି ଭବନରେ ମଧ୍ୟାହ୍ନ ଭୋଜନ ପରେ ୩ଟାରେ ଭିସୁଟ ସମାବର୍ତ୍ତନ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ତାଙ୍କ ସୁରକ୍ଷା ପାଇଁ ୪୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ସମାବର୍ତ୍ତନ ଉତ୍ସବ ପରେ ମହାମହିମ ମାଁ ସମଲେଶ୍ବରୀଙ୍କ ଦର୍ଶନ କରିବେ। ଏଥିପାଇଁ ଆଜି ମଧ୍ୟାହ୍ନ ଭୋଗ ପରଠାରୁ ସନ୍ଧ୍ୟା ସାଢେ ୬ଟା ଯାଏ ସାଧାରଣ ଭକ୍ତଙ୍କ ଦର୍ଶନ ବାରଣ କରାଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତ ସ୍ଥଳ ଗୁଡିକରେ ଏନ୍ଏସଜି ତଥା ଜିଲ୍ଲା ପୁଲିସର କର୍ଡନରେ ରଖାଯାଇଛି।

Comments are closed.