୫-ଟି ଅଧ୍ୟକ୍ଷଙ୍କୁ ଭେଟିଲେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି, ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ, ସାଂସଦ ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର – ଆଜି ନବୀନ ନିବାସରେ ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ.ପାଣ୍ଡିଆନଙ୍କୁ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି, ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ, ସାଂସଦ ଅଚ୍ୟୁତ ସାମନ୍ତ ଭେଟି ନୂଆ ଦାୟିତ୍ବ ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

୫-ଟି ଏବଂ ନବୀନ ଓଡିଶାର ଅଧ୍ୟକ୍ଷ ଭାବେ ନୂଆ ଦାୟିତ୍ବ ଗ୍ରହଣ କରିଥିବାରୁ ସେମାନେ ଖୁସିବ୍ୟକ୍ତ କରି କହିଥିଲେ ଯେ ଏକ ନୂତନ ଓଡିଶା ଗଠନ ଦିଗରେ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନକୁ ବାସ୍ତବ ରୂପ ଦେବାପାଇଁ ଭି.କେ ପାଣ୍ଡିଆନଙ୍କ କଠିନ ପରିଶ୍ରମ ଅତୁଳନୀୟ। ତାଙ୍କ ଏହି ପରିଶ୍ରମ ଓଡିଶାକୁ ନିଶ୍ଚିତ ରୂପେ ଆଗକୁ ନେବ ବୋଲି ସେମାନେ କହିଥିଲେ ।

Comments are closed.