ଅର୍ଥ ହଡପ ମାମଲାରେ ଢେଙ୍କାନାଳର ପୂର୍ବତନ ଉପଜିଲ୍ଲାପାଳ ଓ ନାଜିରଙ୍କୁ ସଶ୍ରମ କାରା ଦଣ୍ଡାଦେଶ

ଢେଙ୍କାନାଳ – ସରକାରୀ ଅର୍ଥ ହେରଫେର ମାମଲାରେ ଢେଙ୍କାନାଳର ପୂର୍ବତନ ଉପଜିଲ୍ଲାପାଳ ପ୍ରହଲ୍ଲାଦ ସେଠୀଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜୋରିମାନା ଲଗାଇଛନ୍ତି କୋର୍ଟ । ପୂର୍ବତନ ନାଜିର ଯୁଗଳ କିଶୋର ଦାସଙ୍କୁ ମଧ୍ୟ ୩ ବର୍ଷ ସଶ୍ରମ କାରା ଦଣ୍ଡାଦେଶ ଦିଆଯାଇଛି ।ଢେଙ୍କାନାଳ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଉଭୟଙ୍କୁ ଦଣ୍ଡାଦେଶ ଦେଇଛନ୍ତି। ୧୯୯୭ ମସିହାରେ ତତ୍କାଳୀନ ଢେଙ୍କାନାଳ ଉପଜିଲ୍ଲାପାଳ ଓ ନାଜିର ୩୦ ହଜାର ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଥିଲା ।

Comments are closed.