“ନୂଆ-ଓ” କାର୍ଯ୍ୟକ୍ରମରେ ସାମିଲ ହେଲେ ୫୦ ହଜାରରୁ ଉର୍ଦ୍ଧ୍ୱ ଦଳ ଓ ଦୁଇ ହଜାରରୁ ଅଧିକ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର – ଓଡ଼ିଶାର ଯୁବବର୍ଗର ଉନ୍ନତି, ସଶକ୍ତିକରଣ ଏବଂ ସାମଗ୍ରିକ ବିକାଶ ଦିଗରେ ରାଜ୍ୟ ସରକାରଙ୍କ ଦ୍ଵାରା ଆରମ୍ଭ ହୋଇଥିବା “ନୂଆ -ଓ” କାର୍ଯ୍ୟକ୍ରମର ପ୍ରତି ବେଶ ଉତ୍ସାହ ପରିଲକ୍ଷିତ ହୋଇଛି I ୧୩ରୁ ୩୫ ବର୍ଷ ବୟସ ବର୍ଗଙ୍କ ନିମନ୍ତେ ଅନୁଷ୍ଠିତ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ନିମନ୍ତେ ୫୦ ହଜାରରୁ ଊର୍ଦ୍ଧ୍ୱ ଦଳ ପଞ୍ଜିକରଣ କରଣ କରିଛନ୍ତି I ଯେଉଁଥିରେ ପ୍ରାୟ ୫ ଲକ୍ଷରୁ ଊର୍ଦ୍ଧ୍ୱ କ୍ରୀଡ଼ାବିତ ରହିଛନ୍ତି I ଏହି ଦଳ ଗୁଡ଼ିକ ବ୍ଲକ, ବିଜ୍ଞାପିତ ଅଞ୍ଚଳ ପରିଷଦ, ମ୍ୟୁନିସିପାଲିଟି, ମହାନଗର ନିଗମ, ଜିଲ୍ଲା ତଥା ରାଜ୍ୟ ସ୍ତରରେ ଆୟୋଜିତ ହେବାକୁ ଥିବା କ୍ରିକେଟ, ହକି, ଫୁଟବଲ, କବାଡ଼ି, ଖୋ-ଖୋ ଏବଂ ଭଲିବଲ ଆଦି କ୍ରୀଡ଼ା ବର୍ଗରେ ଅଂଶଗ୍ରହଣ କରିବେ I

ଏଥିରେ ରାଜ୍ୟସ୍ତରରେ ଚାମ୍ପିୟନ ଦଳକୁ ୨ ଲକ୍ଷ, ରନର୍ସଅପ ଦଳକୁ ଏକ ଲକ୍ଷ ଏବଂ ଦ୍ୱିତୀୟ ଓ ତୃତୀୟ ରନର୍ସଅପ ଦଳକୁ ୫୦ ହଜାର ଲେଖାଏଁ ଅର୍ଥ ପୁରସ୍କାର ପ୍ରଦାନ କରାଯିବ I

ସେହିପରି ଜିଲ୍ଲା ଓ ମହାନଗର ନିଗମ ସ୍ତରରେ କୃତି ଦଳକୁ ୨୦ ହଜାରରୁ ୫୦ ହଜାର ପର୍ଯ୍ୟନ୍ତ ଅର୍ଥ ପୁରସ୍କାର ଆକାରରେ ପ୍ରଦାନ କରାଯିବ I ବ୍ଲକ, ଏନଏସି, ମ୍ୟୁନିସିପାଲିଟି ସ୍ତରରେ କୃତି ଦଳକୁ ୧୦ ହଜାରରୁ ୨୦ ହଜାର ପର୍ଯ୍ୟନ୍ତ ଅର୍ଥ ପୁରସ୍କାର ଆକାରରେ ପ୍ରଦାନ କରାଯିବ I

ସେହିପରି ରାଜ୍ୟର ୨ ହଜାରରୁ ଊର୍ଦ୍ଧ୍ୱ ଶିକ୍ଷାନୁଷ୍ଠାନରେ ଚଳିତ ନଭେମ୍ବର ୧୫ରୁ ଆରମ୍ଭ ହୋଇଥିବା ବିଭିନ୍ନ ସାମାଜିକ, ସାଂସ୍କୃତିକ ଓ କ୍ରୀଡ଼ା ପ୍ରତିଯୋଗିତା ଆସନ୍ତା ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ I

Comments are closed.