୫-ଟି ଅଧ୍ୟକ୍ଷଙ୍କୁ ଭେଟିଲେ ବିଧାୟକ ଓ ବିଭିନ୍ନ ସଂଗଠନର ସଦସ୍ୟ, ନୂଆ ଦାୟିତ୍ବ ପାଇଁ ଜଣାଇଲେ ଶୁଭେଚ୍ଛା

ଭୁବନେଶ୍ୱର – ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ନବୀନ ନିବାସରେ ଭେଟି ବିଭିନ୍ନ ସଂଗଠନ ଓ ବ୍ୟକ୍ତିବିଶେଷ ତାଙ୍କ ନୂଆ ଦାୟିତ୍ବ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ, ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ ଓ ୧୦ଟି ସଂଗଠନର ସଦସ୍ୟ କାର୍ତ୍ତିକ ପାଣ୍ଡିଆନଙ୍କୁ ଭେଟିଥିଲେ। ଓଡ଼ିଶାର ରୂପାନ୍ତରୀକରଣରେ ୫-ଟି ଅଧ୍ୟକ୍ଷଙ୍କ ଉତ୍ସାହ ଓ ଉଦ୍ୟମକୁ ସେମାନେ ପ୍ରଶଂସା କରିବା ସହ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ବିଭିନ୍ନ ସଙ୍ଗଠନର ସଦସ୍ୟଙ୍କ ସହ ଆଲୋଚନା କରି ୫-ଟି ଅଧ୍ୟକ୍ଷ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ଵରେ ଓଡ଼ିଶାରେ ରୂପାନ୍ତରଣ ପ୍ରକ୍ରିୟା ଚାଲିଛି । ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ ପୂରଣ ପାଇଁ ଆମର ଏକମାତ୍ର ଉଦ୍ଦେଶ୍ୟ ବୋଲି କାର୍ତ୍ତିକ ପାଣ୍ଡିଆନ କହିଛନ୍ତି।

ପିରିୟଡିକାଲ ଏଡିଟର୍ସ ଆଣ୍ଡ୍ ପବ୍ଲିସର୍ସ ଆସୋସିଏସନ୍, ଓଡ଼ିଶା ଉଇଥ ଆଉଟ୍ ବର୍ଡରର ନିରଞ୍ଜନ ମିଶ୍ର ଓ କ୍ଷୀରୋଦ କୁମାର ଜେନା,ଲୋକସେବା ଫାଉଣ୍ଡେସନ, ସଂଖ୍ୟାଲଘୁ ଉନ୍ନୟନ ପରିଷଦ,ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ,ନିଖିଳ ଓଡ଼ିଶା ଉନ୍ନୀତ ସ୍କୁଲ୍ ଅତିଥି ଅଧ୍ୟାପକ ସଂଘ, ଓଡ଼ିଶା ମମତା କାର୍ଯ୍ୟକ୍ରମ ସଂଯୋଜକ ସଂଘ, ଭଦ୍ରକ ମୁସଲିମ ଜମାତ, ଅଲ୍ ଓଡିଶା ଆଡିସିନାଲ କମ୍ପ୍ୟୁଟର ପ୍ରୋଗ୍ରାମର୍ସ ଆସୋସିଏସନ୍, ଭି.କେ ପାଣ୍ଡିଆନ ଫ୍ୟାନ କ୍ଲବ ଓ ଓଡ଼ିଶା ରାଜ୍ୟ ନିଗମ କର୍ମଚାରୀ ମହାସଂଘ ସଦସ୍ୟମାନେ ୫-ଟି ଅଧ୍ୟକ୍ଷଙ୍କୁ ଭେଟିଛନ୍ତି।

Comments are closed.