ନନ୍ଦନକାନନରେ ଚାରି ନୂଆ ଅତିଥି, ୩୫ ବର୍ଷ ପରେ ଆସିଲେ ୱାଲାବି

ଭୁବନେଶ୍ୱର – ନନ୍ଦନକାନନରେ ନୂଆ ଅତିଥି । ପ୍ରାଣୀ ଉଦ୍ୟାନକୁ ୪  ନୂଆ ଅତିଥିଙ୍କ ମଧ୍ୟରେ ଅଛନ୍ତି ଦୁଇଟି ୱାଲାବି। ୩୫ ବର୍ଷ ପରେ ନନ୍ଦନକାନନକୁ ଆସିଛନ୍ତି ୱାଲାବି। ଦୁଇ ୱାଲାବି ମଧ୍ୟରେ ଗୋଟିଏ ଗୋଟିଏ ଅଣ୍ଡିରା ଓ ଗୋଟିଏ ମାଈ ।  ଦୁଇଟି ଲିଭିଂଷ୍ଟୋନ ଟୁରାକୋ ମଧ୍ୟ ନନ୍ଦନକାନନକୁ ଆସିଛନ୍ତି।  ଏହି ଦୁଇଟି ପ୍ରଜାତିରୁ ୪ଟି ଜୀବଜନ୍ତୁଙ୍କୁ ହାଇଦ୍ରାବାଦର ଏକ ଘରୋଇ ଫାର୍ମରୁ ଅଣାଯାଇଛି। ସେମାନଙ୍କୁ ଏବେ କ୍ୱାରେଣ୍ଟିନ ସେଣ୍ଟରରେ ରଖାଯାଇଛି। ପରେ ସେମାନଙ୍କୁ ନୂଆ ଖୁଆଡରେ ରଖାଯିବ । ଡିସେମ୍ବର ୨୯ ତାରିଖରେ  ନନ୍ଦନକାନନର ପ୍ରତିଷ୍ଠା ଦିବସରେ  ପର୍ଯ୍ୟଟକମାନେ ଏହି ୪ ନୂଆଜନ୍ତୁଙ୍କୁ ଦେଖିପାରିବେ।

Comments are closed.