ଡିସେମ୍ବର ୩ ପରେ ରାଜ୍ୟରେ ପ୍ରଥମ କୋରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର – ଡିସେମ୍ବର ୩ ତାରିଖ ପରେ ରାଜ୍ୟରେ ପ୍ରଥମ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟରେ ଜଣେ କୋରୋନା ପଜିଟିଭ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛନ୍ତି। କୋରୋନାର ନୂଆ ଭାରିଆଣ୍ଟ ସାମ୍ନାକୁ ଆସିଲା ପରେ ରାଜ୍ୟର ଏହା ପ୍ରଥମ କେସ୍ । ସୂଚନାଯୋଗ୍ୟ ଯେ, ବିଶ୍ୱର ଅନେକ ଦେଶରେ କୋରୋନାର ନୂଆ ଭାରିଆଣ୍ଟ ଜେଏନ.୧ ସଂକ୍ରମଣ ଚିନ୍ତା ବଢ଼ାଇଛି । ଭାରତରେ ମଧ୍ୟ କୋରୋନାର ନୂଆ ଭାରିଆଣ୍ଟ ଯୋଗୁଁ ସଂକ୍ରମଣ ବ୍ୟାପିବାରେ ଲାଗିଛି । କେରଳରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏ ଦୃଷ୍ଟିରୁ କେନ୍ଦ୍ର ସରକାର ସବୁ ରାଜ୍ୟକୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଗତ ୩ ତାରିଖରେ ରାଜ୍ୟରେ ଶେଷଥର ପାଇଁ ପଜିଟିଭ ଚିହ୍ନଟ ହୋଇଥିଲେ ।

Comments are closed.