କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଏବେ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ

ଭୁବନେଶ୍ବର -କଳାହାଣ୍ଡି ବିଶ୍ୱବିଦ୍ୟାଳୟକୁ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ନାମରେ ନାମିତ କରାଯାଇଛି। ଏବେ ଏହା ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ, ଭବାନୀପାଟଣା ନାମରେ ପରିଚିତ ହେବ। ଏ ସଂକ୍ରାନ୍ତରେ ଉଚ୍ଚଶିକ୍ଷା ବିଭାଗର ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି।

ସୂଚନାଯୋଗ୍ୟ ଯେ, ସମୁଦାୟ ୫୦ଟି କଲେଜକୁ ନେଇ ୨୦୨୦ ମସିହା ସେପ୍ଟେମ୍ବର ୧ ତାରିଖରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନଭେମ୍ବର ପହିଲାରେ କଳାହାଣ୍ଡି ଗସ୍ତ ସମୟରେ ଏହି ବିଶ୍ୱବିଦ୍ୟାଳୟର ନାମକୁ ମା’ ମାଣିକେଶ୍ୱରୀଙ୍କ ନାମରେ ନାମିତ କରିବା ପାଇଁ ଘୋଷଣା କରିଥିଲେ।

Comments are closed.