ରାଜ୍ୟବ୍ୟାପୀ ଅଭିଭାବକ -ଶିକ୍ଷକ ବୈଠକ

ଭୁବନେଶ୍ୱର -ରାଜ୍ୟବ୍ୟାପୀ ଅଭିଭାବକ- ଶିକ୍ଷକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କର ଶୈକ୍ଷିକ ଅଭିବୃଦ୍ଧି , ବାର୍ଷିକ ପରୀକ୍ଷା ପାଇଁ ପ୍ରସ୍ତୁତି ଓ ଚାପମୁକ୍ତ ଭାବରେ ପରୀକ୍ଷା ଦେବା ପାଇଁ ସେମାନଙ୍କ ମଧ୍ୟରେ ଉତ୍ସାହ ଆଣିବା ନିମନ୍ତେ ଅଭିଭାବକମାନଙ୍କୁ ସଚେତନ କରାଯାଇଥିଲା । ଏହି ସମ୍ମିଳନୀରେ ସମାପ୍ତି ସୂଚକ ଆକଳନ ଓ ଅଭିଭାବକଙ୍କର ଭୂମିକା , ପିଲାମାନଙ୍କର ମାନସିକ ଚାପ ଓ ଏହାର ଦୂରୀକରଣ , କ୍ୟାରିୟର କାଉନସେଲିଂ , ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଦକ୍ଷତା , ଶିଶୁ ଯୌନ ଅପରାଧ ସୁରକ୍ଷା ଆଇନ୍ ୨୦୧୨ ଓ ବିଦ୍ୟାଳୟ ସୁରକ୍ଷା ନିୟମାବଳୀ – ୨୦୧୬ ଇତ୍ୟାଦି ଉପରେ ଆଲୋଚନା କରାଯାଇଥିଲା ।

ଏଠାରେ ପ୍ରକାଶ ଥାଉକି , ଅଭିଭାବକ- ଶିକ୍ଷକ ସମ୍ମିଳନୀ ରାଜ୍ୟବ୍ୟାପୀ ଗୋଟିଏ ଦିନରେ ଅନୁଷ୍ଠିତ ହୋଇଥିଲା । ଅଭିଭାବକମାନେ ସିଧାସଳଖ ବିଦ୍ୟାଳୟ ସହିତ ଯୋଡ଼ି ହୋଇ ଛାତ୍ରଛାତ୍ରୀ ତଥା ବିଦ୍ୟାଳୟ ଉନ୍ନତିକରଣ ପ୍ରକ୍ରିୟାରେ ସମ୍ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ମତବ୍ୟକ୍ତ କରିଥିଲେ । ରାଜ୍ୟ ସରକାରଙ୍କ ତରଫରୁ ଆୟୋଜିତ ଏହି ବୈଠକରେ ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପକୁ ଅଭିଭାବକମାନେ ପ୍ରଶଂସା କରିଥିଲେ । ବୈଠକରେ ଶିକ୍ଷା ବିଭାଗର ବିଭିନ୍ନ ଅଧିକାରୀ ଯୋଗଦାନ କରି ତଦାରଖ ଓ ପରିଦର୍ଶନ କରିଥିଲେ ।

Comments are closed.