ଦୁଇ ଜଣଙ୍କୁ ଦଳିଲା ଦନ୍ତା

ଦେବଗଡ଼ – ଦେବଗଡ଼ ବନାଞ୍ଚଳରେ ମାତିଲେ ହାତୀ । ଲଇମୁରା ବନଖଣ୍ଡ ଟିପିରିସିଙ୍ଗା ଗ୍ରାମରେ ହାତୀ ଆକ୍ରମଣରେ ଦୁଇ ଜଣ ପ୍ରାଣ ହରାଇଛନ୍ତି। ଜଣେ ଯୁବତୀ ଓ ଜଣେ ମହିଳାଙ୍କୁ ଦଳି ଦେଇଛି ଦନ୍ତା । ମୃତକଙ୍କ ନାଁ ସୁରୁବାଲି କିସାନ ଓ ଖଇରି କିସାନ ବୋଲି ଜଣାପଡ଼ିଛି। ବିଳମ୍ବିତ ରାତିରେ କାନ୍ଥ ଭାଙ୍ଗି ମୃତକଙ୍କ ଘର ଭିତରେ ପଶିଥିଲା ଦନ୍ତା ହାତୀ। ଜୀବନ ବିକଳରେ ଦୌଡ଼ି ପଳାଉଥିବା ବେଳେ ଦୁଇ ଜଣଙ୍କୁ ଦଳି ଦେଇଥିଲା। ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Comments are closed.