ବିଧାନସଭାରେ ବଜେଟ ଉପସ୍ଥାପିତ, ଅଭିବୃଦ୍ଧି ହାର ଜାତୀୟ ହାରଠାରୁ ଅଧିକ

ଭୁବନେଶ୍ୱର – ବିଧାନସଭାରେ ୨୦୨୪-୨୫ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।

ଅଭିବୃଦ୍ଧି ହାର ୭.୨୫ ପ୍ରତିଶତ ରହିଥିବା ବଜେଟରେ ଦର୍ଶାଯାଇଛି , ଯାହା କି ଜାତୀୟ ହାରଠାରୁ ପ୍ରତିଶତ ଅଧିକ । ଆସନ୍ତା ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୮.୫ ପ୍ରତିଶତ ରହିବା ଆକଳନ କରାଯାଇଛି । ମୋଟ ୨ ଲକ୍ଷ ୫୫ କୋଟି ଟଙ୍କାର ବଜେଟ ଉପସ୍ଥାପନ କରାଯାଇଛି । ଏଥିରେ ୧ ଲକ୍ଷ ୧୮ ହଜାର ଟଙ୍କାର କାମଚଳା ବଜେଟ ରହିଛି ।

‌ବିପର୍ଯ୍ୟୟ ପରିଚାଳନା ପାଇଁ ୩୯୭୦.୩୯ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ସ୍କୁଲ ଓ ଗଣଶିକ୍ଷା ବିଭାଗ ପାଇଁ ୨୪୭୬୪.୨୮ କୋଟି, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପାଇଁ ୧୯୭୨୯.୩୩ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ ପାଇଁ ୯୮୬୮.୩୮ କୋଟି, କ୍ରୀଡ଼ା ଓ ଯୁବ ବ୍ୟାପାର ପାଇଁ ୧୩୦୪.୯୫ କୋଟି, ପଞ୍ଚାୟତିରାଜ ଓ ପାନୀୟ ଜଳ ପାଇଁ ୨୨୫୪୩.୩୩ କୋଟି, ଜଳ ସମ୍ପଦ ପାଇଁ ୧୩୨୬୭.୪୦ କୋଟି, ଜଙ୍ଗଲ ଓ ପରିବେଶ ବିଭାଗ ପାଇଁ ୧୨୧୯.୩୧ କୋଟି, କୃଷି ଓ କୃଷକ ସଶକ୍ତିକରଣ ପାଇଁ ୭୯୨୩.୮୭ କୋଟି ଟଙ୍କା ବ୍ୟୟ ମଞ୍ଜୁର ହୋଇଛି।

ଗ୍ରାମୀଣ ବିକାଶ ବିଭାଗ ପାଇଁ ୯୩୩୦ କୋଟି, ପର୍ଯ୍ୟଟନ ପାଇଁ ୮୧୭.୯୫ କୋଟି, ମତ୍ସ୍ୟ ଓ ପଶୁ ସମ୍ପଦ ପାଇଁ ୧୯୩୭.୬୫ କୋଟି, ମହିଳା ଓ ଶିଶୁ ବିକାଶ ପାଇଁ ୫୦୧୫.୧୫ କୋଟି, ଉଚ୍ଚ ଶିକ୍ଷା ପାଇଁ ୩୪୬୯.୮୩ କୋଟି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଲାଗି ୨୧୯.୮୨ କୋଟି, ମିଶନ ଶକ୍ତି ପାଇଁ ୨୭୬୦.୮୧ କୋଟି ଟଙ୍କା ବ୍ୟୟ ମଞ୍ଜୁର ହୋଇଛି।

Comments are closed.