ସାଇବର ଅପରାଧ ମାମଲାରେ ଭୁବନେଶ୍ୱର ଆସି ଜଣକୁ ଉଠାଇ ନେଲା ଦିଲ୍ଲୀ ପୋଲିସ

ଭୁବନେଶ୍ୱର – ସାଇବର ଠକେଇ ଅଭିଯୋଗରେ ଭୁବନେଶ୍ବର ଆସି ଦିଲ୍ଲୀ ପୋଲିସର ଏକ ଟିମ୍ ଜଣକୁ ଉଠାଇ ନେଇଛି । ଭୁବନେଶ୍ୱର ଲକ୍ଷ୍ମୀ ସାଗର ଅଞ୍ଚଳରୁ ପ୍ରଭାତ ପାତ୍ର ନାମକ ଜଣେ ଅଭିଯୁକ୍ତକୁ କାବୁ କରିଛି ପୋଲିସ । ଭେରିଫିକେସନ୍ ପାଇଁ ଦିଲ୍ଲୀ ପୋଲିସର ଏକ ସ୍ୱତନ୍ତ୍ର ଟିମ ଭୁବନେଶ୍ବରରେ ପହଞ୍ଚିଛି। ସାଇବର ହ୍ୟାକିଙ୍ଗ ଅଭିଯୋଗ ପରେ ତଦନ୍ତ ପାଇଁ ଆସିଥିବା ଦିଲ୍ଲୀ ପୋଲିସର ସାଇବର ଟିମ୍ ବମିଖାଲର ଏକ ଆପାର୍ଟମେଣ୍ଟରେ କମ୍ପ୍ୟୁଟର ଓ ମୋବାଇଲ ଯାଞ୍ଚ କରିଛି। ଆଇପି ଆଡ୍ରେସକୁ ଟ୍ରାକ କରି ଦିଲ୍ଲୀରୁ ଓଡିଶା ଆସିଛି ଟିମ । ଲକ୍ଷ୍ମୀସାଗର ଥାନା ପୁଲିସ ସହଯୋଗରେ ଦିଲ୍ଲୀ ପୋଲିସ ତଦନ୍ତ ଜାରି ରଖିଛି।

Comments are closed.