ରାଜ୍ୟର ଅନେକ ସ୍ଥାନରେ ପାରଦ ତଳମୁହାଁ, ମେଘୁଆ ପାଗ ସହ ହାଲୁକା ବର୍ଷା

ଭୁବନେଶ୍ୱର – ରାଜ୍ୟରେ ଗତ କିଛି ଦିନର ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁସାରେ ଶୁକ୍ରବାର ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ହ୍ରାସ ପାଇଛି। ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ କିଛି ସ୍ଥାନରେ ହାଲୁକା ବର୍ଷା ହୋଇଛି। ୯ ଜିଲ୍ଲାରେ ମେଘୁଆ ପାଗ ସହ କିଛି ସ୍ଥାନରେ ହାଲୁକା ବର୍ଷା ହୋଇଛି। ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଅନୁଗୁଳ, କେନ୍ଦୁଝର, ଢେଙ୍କାନାଳରେ ମଧ୍ୟ ହାଲୁକା ବର୍ଷା ହୋଇଛି।

ଗତକାଲି କେବଳ ପାରଳାଖେମୁଣ୍ଡି ସହରରେ ଦିନର ତାପମାତ୍ରା ୩୫ ଡିଗ୍ରୀ ଅତିକ୍ରମ କରିଥିଲା । ବାକି ସବୁ ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ତଳେ ରହିଥିଲା। ୩୫.୬ ଡିଗ୍ରୀ ସେଲସିୟସ ସହ ପାରଳାଖେମୁଣ୍ଡି ଶୁକ୍ରବାର ଥିଲା ରାଜ୍ୟର ସବୁଠୁ ଉତ୍ତପ୍ତ ସହର। ଭୁବନେଶ୍ୱରର ତାପମାତ୍ରା ୩୨.୮ ଡ଼ିଗ୍ରୀ ରେକର୍ଡ ହୋଇଥିବା ବେଳେ କଟକରେ ୩୨.୦ ଡିଗ୍ରୀ ରେକର୍ଡ ହୋଇଥିଲା ।

Comments are closed.