ସରକାରୀ ବାସଭବନରୁ ମିଳିଲା ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ 

ଫୁଲବାଣୀ – ସରକାରୀ ବାସଭବନରୁ ମିଳିଲା ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ମୃତଦେହ। ଫୁଲବାଣୀ ଆଇଟିଡିଏରେ କାର୍ଯ୍ୟରତ ସହକାରୀ ନିର୍ବାହୀ ଯନ୍ତ୍ରୀ  ତୁଷାରେନ୍ଦ୍ର ନାୟକଙ୍କ ଝୁଲନ୍ତା ମୃତଦେହ ତାଙ୍କ ସରକାରୀ ବାସଭବନରୁ ଉଦ୍ଧାର କରାଯାଇଛି। କନ୍ଧମାଳ ଜିଲ୍ଲା ନଦୀଖଣ୍ଡିସାହିରେ ଘଟିଛି ଏହି ଘଟଣା । ମୃତ ସହକାରୀ ନିର୍ବାହୀଯନ୍ତ୍ରୀ ତୁଷାରେନ୍ଦ୍ର ନାୟକ ଫୁଲବାଣୀ ଆଇଟିଡିଏରେ କାର୍ଯ୍ୟରତ ଥିଲେ। ୨୦ ଦିନ ଛୁଟିରେ ଥିଲେ ତୁଷାରେନ୍ଦ୍ର। ଆଜି ତୁଷାରେନ୍ଦ୍ର ଜଣେ ଯନ୍ତ୍ରୀଙ୍କ ସହ ଫିଲ୍ଡ ଡ୍ୟୁଟିରେ ରେ ଯିବାର ଥିଲା । ଏଥିନିମନ୍ତେ ଗତକାଲି ରାତିରେ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲା । କିନ୍ତୁ ଆଜି ସକାଳେ ସେ ଆଉ ଫୋନ୍‌ ଉଠାଇ ନଥିଲେ। ଏହାପରେ ଯନ୍ତ୍ରୀ ଜଣକ ତାଙ୍କ ଘରେ ପହଞ୍ଚି ଝୁଲନ୍ତା ଅବସ୍ଥାରେ ତୁଷାରେନ୍ଦ୍ର ନାୟକଙ୍କ ମୃତଦେହ ଥିବା ଦେଖିବାକୁ ପାଇଥିଲେ। ଖବର ପାଇ ଅନ୍ୟ ବିଭାଗୀୟ ଅଧିକାରୀ, ପୋଲିସ୍‌ ଓ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ।
 ତୁଷାରେନ୍ଦ୍ର ନାୟକଙ୍କ ନିଜ ଘର ମୟୂରଭଞ୍ଜ ଜିଲ୍ଲାରେ । କିନ୍ତୁ ତାଙ୍କ ପରିବାର ଲୋକ ଭୁବନେଶ୍ୱରରେ ରୁହନ୍ତି। ସେ ୨୦ଦିନ ଛୁଟିରେ ଘରକୁ ଯାଇଥିବା ବେଳେ ଗତକାଲି ଡ୍ୟୁଟିରେ ଯୋଗ ଦେଇଥିଲେ ।

Comments are closed.