ଆଜିଠୁ ରେଶମ ସହରରେ ‘ମୋ ବସ୍’ ସେବା , ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର – ରେଶମ ସହର ଓ ଏହାର ଉପକଣ୍ଠ ଅଞ୍ଚଳ ମଧ୍ୟରେ ଯାତ୍ରୀ ପରିବହନ ସୁଗମ ହେବ । ଆଜିଠୁ ବ୍ରହ୍ମପୁରରେ କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରନ୍ସପୋର୍ଟ- ସିଆରୟୁଟି ଦ୍ୱାରା ‘ମୋ ବସ୍’ ସେବା ଆରମ୍ଭ ହେଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆଭାସୀ ମାଧ୍ୟମରେ ବ୍ରହ୍ମପୁର ହଳଦିଆପଦର ନୂଆ ବସଷ୍ଟାଣ୍ଡରୁ ‘ମୋ ବସ୍’ ଚଳାଚଳର ଶୁଭାରମ୍ଭ କରିବେ। ପ୍ରଥମ ପର୍ଯ୍ୟାୟରେ ୪ଟି ରୁଟରେ ଚାଲିବ ମୋ ବସ୍ । ଏଥିପାଇଁ ୧୫ଟି ଏସି ଓ ନନ୍ ଏସି ବସ୍ ପହଞ୍ଚିସାରିଛି ।

ପ୍ରଥମ ପର୍ଯ୍ୟାୟରେ ୪ଟି ରୁଟ୍ ଚିହ୍ନଟ ହୋଇଛି । ହଳଦିଆପଦର ବସଷ୍ଟାଣ୍ଡ ରୁ ଅନ୍ଧପସରା ରୋଡ୍ ଓ ପୁରୁଣା ବସଷ୍ଟାଣ୍ଡ ଦେଇ ଫାଷ୍ଟ ଗେଟ୍ ଯାଏଁ ଚଳାଚଳ କରିବ ମୋ ବସ୍ । ବ୍ରହ୍ମପୁର ସହର ନୂଆ ବସଷ୍ଟାଣ୍ଡରୁ ଲୁଚାପଡା ଦେଇ ଗୁରୁଣ୍ଠି , ନୂଆ ବସଷ୍ଟାଣ୍ଡରୁ ସହର ମଧ୍ୟ ଦେଇ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଓ ନୂଆ ବସଷ୍ଟାଣ୍ଡରୁ ଆମ୍ବପୁର ବାରାକ ଗ୍ରାଉଣ୍ଡ ଦେଇ ମୋ ବସ୍ ଚଳାଚଳ କରିବ ।

Comments are closed.