ଆଜିର ଗୀତା ଉପଦେଶ : ଶାସ୍ତ୍ର ନିର୍ଦ୍ଦେଶକୁ ଅବମାନନା କରି ଯେଉଁ ତପସ୍ୟା କରାଯାଏ, ତାହା ନିଷ୍ଫଳ ତପସ୍ୟା  

ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ତପସ୍ୟା କିପରି କରିବାକୁ ହୁଏ ତାହା ବୁଝାଇବାକୁ ଯାଇ କହିଛନ୍ତି :-

ମୂଢ଼ଗ୍ରାହେଣାତ୍ମନୋ ଯତ୍ପୀଡ଼ୟା କ୍ରିୟତେ ତପଃ । ପରସ୍ୟୋତ୍ସାଦନାର୍ଥଂ ବା ତତ୍ତାମସମୁଦାହୃତମ୍ ।

ମୂଢ଼ ଗ୍ରାହେଣାତ୍ ଶବ୍ଦ ଏଠାରେ ସେମାନଙ୍କ ଉପଲକ୍ଷ୍ୟରେ କୁହାଯାଇଛି, ଯେଉଁମାନଙ୍କର କୌଣସି ବିଷୟରେ ସ୍ପଷ୍ଟ ଧାରଣା ନ ଥାଏ ଏବଂ ଯେଉଁମାନେ ଶାସ୍ତ୍ରର ନିର୍ଦ୍ଦେଶକୁ ସମ୍ମାନ ନ ଦେଇ, ଶରୀରର କ୍ଷମତା ପ୍ରତି ଦୃଷ୍ଟି ନ ଦେଇ ତପସ୍ୟା ନାମରେ ନିଜ ଶରୀରକୁ ଅତିଶୟ ଯାତନା ଦେବା ସହିତ ଅନ୍ୟକୁ ମଧ୍ୟ ଆଘାତ ଦେଇଥାଆନ୍ତି । ଏପରି ତପସ୍ୟାରୁ କୌଣସି ସୁଫଳ ମିଳି ନ ଥାଏ । ଏହା ଶାରୀରିକ ଚେତନାରେ ସମ୍ପାଦିତ ହୋଇଥାଏ ଏବଂ ବ୍ୟକ୍ତିତ୍ୱର ଅଶିଷ୍ଟତାର ପ୍ରଚାର କରିଥାଏ।

Comments are closed.