ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ସାଧୁ ସମାଜ ସଂଗ ମହିଦେବା ।
ଜନୁ ତନୁ ଧରେଂ କରହିଂ ସୁଖ ସେବା ॥
ସୋହନ ସାଥ ସୁଭଗ ସୁତ ଚାରୀ ।
ଜନୁ ଅପବରଗ ସକଳ ତନୁଧାରୀ ॥

ଭାବାର୍ଥ :- ମହାରାଜା ଦଶରଥଙ୍କ ସହିତ ଚାଲୁଥିବା ପରମ ହର୍ଷ ଯୁକ୍ତ ସାଧୁସନ୍ଥ ଓ ବ୍ରାହ୍ମଣମାନଙ୍କ ମଣ୍ଡଳୀର ଶୋଭା ଏପରି ଦିଶୁଥିଲା ଯେପରି ସମସ୍ତ ସୁଖ ସମୃଦ୍ଧି ଗୋଟିଏ ଶରୀର ଧାରଣ କରି ରାଜାଙ୍କ ସେବାରେ ନିୟୋଜିତ ଥିଲେ । ସୁନ୍ଦର ଚାରିପୁଅ ଯାକ ଏପରି ସୁନ୍ଦର ସୁଶୋଭିତ ହେଉଥିଲେ ଯେପରି ସମ୍ପୁର୍ଣ୍ଣ ମୋକ୍ଷ ଚାରୋଟି ଯାକ ଉପାଦାନ – ସାଲୋକ୍ୟ, ସାମୀପ୍ୟ, ସାରୂପ୍ୟ ଏବଂ ସାୟୁଜ୍ୟ ଗୋଟିଏ ଶରୀର ଧାରଣ କରିଥିଲେ।

Comments are closed.