ନବୀନ ନିବାସରେ ଟିକେଟ ପାଇଥିବା ବିଜେଡି ନେତାଙ୍କ ଭିଡ

ଭୁବନେଶ୍ୱର – ପ୍ରାର୍ଥୀ ତାଲିକା ଘୋଷଣା ସହ ନିର୍ବାଚନ ଶଙ୍ଖନାଦ କରିଛି ବିଜୁ ଜନତା ଦଳ । ଏବେ ଆରମ୍ଭ ହୋଇଯିବ ପ୍ରଚାର । ଆହୁରି ଉଷ୍ମ ହେବ ନିର୍ବାଚନ ବାତାବରଣ । ଗତକାଲି ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ଶାସକ ବିଜେଡି ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା କରାଯିବା ପରେ ଆଜି ନବୀନ ନିବାସରେ ଟିକେଟ ପାଇଥିବା ନେତାଙ୍କ ଭିଡ ଜମିଛି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଓ କୃତଜ୍ଞତା ଜ୍ଞାପନ ପାଇଁ ଟିକେଟ ପାଇଥିବା ଦଳୀୟ ନେତାମାନେ ନବୀନ ନିବାସ ଯାଇଛନ୍ତି। ମନ୍ତ୍ରୀ ଟୁକୁନି ସାହୁ, ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ପ୍ରତାପ ଦେବ, ବିକ୍ରମ ଆରୁଖ ଓ ଅତନୁ ସବ୍ୟସାଚୀ ପ୍ରମୁଖ ନବୀନ ନିବାସ ଯାଇଛନ୍ତି।

ସୂଚନାଯୋଗ୍ୟ ଯେ, ଗତକାଲି ବିଜେଡି ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ୭୨ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା । ଏଥିସହ ଲୋକସଭାର ୧୫ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା ବିଜେଡି ।

Comments are closed.