ଆତ୍ମସମର୍ପଣ କଲେ ବିବାଦୀୟ ୟୁଟ୍ୟୁବର ଦମ୍ପତ୍ତି 

ଭୁବନେଶ୍ୱର – ଫେରାର ଥିବା ଭଦ୍ରକର ବିବାଦୀୟ ୟୁଟ୍ୟୁବର ମୋନାଲିସା ଭଦ୍ର ଓ ତାଙ୍କ ପତି ବଦ୍ରି ନାରାୟଣ ଆତ୍ମସମର୍ପଣ କରିଛନ୍ତି।

ଯାଜପୁର ରୋଡ଼ ବନବିଭାଗ କାର୍ଯ୍ୟାଳୟ ନିକଟରେ ୟୁଟ୍ୟୁବର ଦମ୍ପତ୍ତି ଆତ୍ମସମର୍ପଣ କରିଛନ୍ତି । ବିଭିନ୍ନ ବନ୍ୟଜନ୍ତୁଙ୍କୁ ଘରେ ରଖି ଫଟୋ ଓ ଭିଡିଓ ସୁଟ୍ କରି ସାମାଜିକ ଗଣମାଧ୍ୟମରେ ସେୟାର କରିବା ଘଟଣାରେ ମୋନାଲିସା ଭଦ୍ରଙ୍କ ଘରେ ଚଢ଼ାଉ କରିଥିଲା ବନ ବିଭାଗ । ଗିରଫ ହେବା ଭୟରେ ମୋନାଲିସା ଓ ତାଙ୍କ ସ୍ୱାମୀ ଫେରାର ହୋଇଯାଇଥିଲେ।

ବନ୍ୟ ଜନ୍ତୁଙ୍କୁ ଘରେ ରଖିବା ଓ ସୋସିଆଲ ମିଡିଆରେ ସେମାନଙ୍କ ଫଟୋ, ଭିଡିଓ ପୋଷ୍ଟ କରିବା ଘଟଣାରେ ୟୁଟ୍ୟୁବର ମୋନାଲିସା ଭଦ୍ରଙ୍କ ଘରେ ଚଢାଉ କରଥିଲା ବନ ବିଭାଗ । ତେବେ ମୋନାଲିସା ଭଦ୍ର ଓ ତାଙ୍କ ସ୍ୱାମୀ ବଦ୍ରି ନାରାୟଣ ଭଦ୍ର ଗିରଫ ଭୟରେ ଫେରାର ହୋଇଯାଇଥିଲେ । କିଛି ଦିନ ହେଲା ମୋନାଲିସା ଘରେ ମାଙ୍କଡ ରଖିବା ସହ ସୋସିଆଲ ମିଡିଆରେ ବନ୍ୟଜନ୍ତୁଙ୍କ ଫଟୋ ପୋଷ୍ଟ କରୁଥିଲେ । ଏନେଇ ତାଙ୍କୁ ବାରମ୍ବାର ତାଗିଦ କରିବା ସତ୍ୱେ ସେ ଶୁଣିନଥିଲେ । ତାଙ୍କ ଘରୁ ମାଙ୍କଡକୁ ଉଦ୍ଧାର କରିଥିଲା ବନବିଭାଗ ।

Comments are closed.