ମା’ ବିରଜାଙ୍କ ଆଶୀର୍ବାଦ ଭିକ୍ଷା କଲେ ପ୍ରଣବ ପ୍ରକାଶ ଦାସ

ପୁରୀ – ବିଜେଡି ପକ୍ଷରୁ ସମ୍ବଲପୁର ଆସନରୁ ଲୋକସଭା ପ୍ରାର୍ଥୀ ଭାବେ ଘୋଷିତ ହୋଇଥିବା ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଆଜି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିର ପରିଦର୍ଶନ କରି ଆଶୀର୍ବାଦ କାମନା କରିଛନ୍ତି । ନିଜ ସମର୍ଥକଙ୍କ ସହ ସେ ବିରଜା ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ। ପୂର୍ବରୁ ପ୍ରଣବ ପୁରୀ ଯାଇ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିଥିଲେ। ସମ୍ବଲପୁର ଲୋକସଭା ଆସନରେ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରିବେ ପ୍ରଣବ ପ୍ରକାଶ ଦାସ।

Comments are closed.